ମୁଁ ମୁସ୍କାନର ବାସ୍ତବ ମା’ ସନ୍ଦେହ ଥିଲେ ଡିଏନ ପରୀକ୍ଷା କରାଇ ନିଅନ୍ତୁ

ମୁସ୍କାନଙ୍କ ବାପା ଓ ମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ସୌରଭଙ୍କ ପରିବାର ଦ୍ୱାରା ଲଗାଯାଉଥିବା ଅଭିଯୋଗ ଭିତ୍ତିହୀନ ଆମେ ସୌରଭଙ୍କଠାରୁ କୌଣସି ଟଙ୍କା ନେଇ ନାହୁଁ।ଆମେ ସମସ୍ତ ପ୍ରକାରର ତଦନ୍ତରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ

uiyhuiy

ନୂଆଦିଲ୍ଲୀ: ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କୁ ହତ୍ୟାକାରୀ ପରେ ମୁସ୍କାଇନଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁ ନେଇ ବିଭିନ୍ନ ପ୍ରକା୍ର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏଭଳି ସମୟରେ ମୁସ୍କାନଙ୍କ ବାପା ଓ ମା’ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘
ସୌରଭଙ୍କ ପରିବାର ଦ୍ୱାରା ଲଗାଯାଉଥିବା ଅଭିଯୋଗ ଭିତ୍ତିହୀନ ଆମେ ସୌରଭଙ୍କଠାରୁ କୌଣସି ଟଙ୍କା ନେଇ ନାହୁଁ। ଆମେ ସମସ୍ତ ପ୍ରକାରର ତଦନ୍ତରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ। ସେ ବ୍ୟାଙ୍କ ଆକାଉଣ୍ଟର ହେଉ କିମ୍ବା ଯେକୌଣସି ଏଜେନ୍ସି ଦ୍ୱାରା କରାଯାଉଥିବା ତଦନ୍ତ ହେଉ।

ମୋତେ ମୁସ୍କାନର ସାବତ ମାଆ ସଜାଇ ଦିଆଯାଇଛି। ମୁଁ ମୁସ୍କାନର ବାସ୍ତବ ମା’।  ଏ ପ୍ରସଙ୍ଗରେ ମୁଁ ଦାବିର ସହ କହିବି ଯଦି ଏଥିରେ କାହାର କୌଣସି ସନ୍ଦେହ ଅଛି ତେବେ ଡିଏନଏ ଟେଷ୍ଟ କରାଇ ନିଅନ୍ତୁ। ମୁସ୍କାନ ଯାହା କରିଛି ସେଥିପାଇଁ ଆମକୁ ବହୁତ କଷ୍ଟ ହେଉଛି।

ଆମ ଝିଅ ବହୁତ ଭଲ ପିଲା ଥିଲା କିନ୍ତୁ କୌଣସି ପରିସ୍ଥିତିରେ ସେ ଖରାପ ବ୍ୟକ୍ତିର ସଂସ୍ପର୍ଶରେ ପଡ଼ିବା ପରେ ସେ ଖରାପ ହୋଇଗଲା। ଯଦି ସେ ଏହି ଅପରାଧ କରିଛି, ତେବେ ତାକୁ ଫାଶୀ ଦିଆଯିବା ଉଚିତ।ଆମେ ଝିଅ ପାଇଁ କୌଣସି ଆଇନଗତ ଲଢ଼େଇ ଲଢ଼ିବୁ ନାହିଁ। ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe