ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ;ପ୍ରେମିକ ସହ ମିଶି ମହିଳା ଏପରି ଭାବେ କରିଥିଲେ ସ୍ବାମୀଙ୍କ ହତ୍ୟା

ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଛୁରୀରେ ସୌରଭଙ୍କ ଛାତିକୁ ଅନେକଥର ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।ଫରେନସିକ୍ ରିପୋର୍ଟକୁ ଅପେକ୍ଷ‌ା କରାଯାଇଛି।

ୗସଦୗଦ

ମିରଟ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି। ସମ୍ପ୍ରତି ସୌରଭଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସି ଯାଇଛି।

ମେରଟର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡାକ୍ତର ଅଶୋକ କଟାରିଆ କହିଛନ୍ତି ଯେ ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯାଇଛି।

ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଛୁରୀରେ ସୌରଭଙ୍କ ଛାତିକୁ ଅନେକଥର ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।

ଫରେନସିକ୍ ରିପୋର୍ଟକୁ ଅପେକ୍ଷ‌ା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଶରୀରରେ ଥିବା କ୍ଷତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି, ଯାହା ପୁଲିସକୁ ମାମଲା ସମାଧାନ କରିବାରେ ସାହାଯ୍ୟ କରିବ।

ଉଭୟ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି। ଆମେ କିଛି ପ୍ରମାଣ ମଧ୍ୟ ପାଇଛୁ। ତନ୍ତ୍ର-ମନ୍ତ୍ରର ଦୃଷ୍ଟିକୋଣରୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe