ପରବର୍ତ୍ତୀ ସମୟରେ ଭାରତ ସହ ବଡ଼ ବାଣିଜ୍ୟିକ ରାଜିନାମା କରାଯିବ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ପରବର୍ତ୍ତୀ ସମୟରେ ଭାରତ ସହ ବଡ଼ ବାଣିଜ୍ୟିକ ରାଜିନାମା କରାଯିବ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: India Today

ଓ୍ଵାସିଂଟନ୍‌: ପରବର୍ତ୍ତୀ ସମୟରେ ଭାରତ ସହ ବଡ଼ ବାଣିଜ୍ୟିକ ରାଜିନାମା ହେବା କଥା ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ, ନଭେମ୍ବର ମାସରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ରାଜିନାମା ହୋଇ ପାରିବ କି ନାହିଁ, ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ୍‌ କୌଣସି ଦ୍ୱିପାକ୍ଷିକ ବ୍ୟାବସାୟିକ ଚୁକ୍ତି ସ୍ୱାକ୍ଷର କରିବେ ନାହିଁ।
ପ୍ରକାଶଥାଉ କି, ଫେବ୍ରୁଆରି ୨୪ ଓ ୨୫ ତାରିଖରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଆମେରିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଟିଜର୍‌ ଟ୍ରମ୍ପ୍‌ଙ୍କ ସହ ଭାରତ ଆସିବେ ନାହିଁ। ସେ ହେଉଛନ୍ତି ଭାରତ-ଆମେରିକା ବାଣିଜ୍ୟିକ ରାଜିନାମାର ମୁଖ୍ୟ ଅଧିକାରୀ।

publive-image Image Source: Zee News

ଏହା ଛଡ଼ା କେତେକ କାରଣରୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଆମେରିକା-ଭାରତ ବାଣିଜ୍ୟିକ ରାଜିନାମା ସମ୍ପର୍କରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ଭାରତ ଗସ୍ତରେ ଆସିବାକୁ ଖୁବ୍‌ ଆଗ୍ରହୀ ବୋଲି ବାରମ୍ବାର ସାମ୍ବାଦିକମାନଙ୍କୁ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe