ନିର୍ବାଚନ ଜିତିଲେ ଦେଶର ସବୁଠୁ ଧନୀ ମହିଳା

ହିସାର ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ତଥା ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବିଜୟୀ ହୋଇଛନ୍ତି। ସାବିତ୍ରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାଣାଙ୍କୁ ୧୮,୯୪୧ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଛନ୍ତି।

haryana

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତ କଳ୍ପନାଜଳ୍ପନାକୁ ଓଲଟା କରିଦେଇଛି। ଏକଜିଟ୍ ପୋଲ୍ ପୂର୍ବାନୁମାନ ଧୂଳିସାତ୍ ହେବା ସହ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ହିସାର ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ତଥା ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି।

କୁରୁକ୍ଷେତ୍ରର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା' ସାବିତ୍ରୀ ଜିନ୍ଦଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାଣାଙ୍କୁ ୧୮,୯୪୧ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀ ଜିନ୍ଦଲ ୪୯,୨୩୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୩୦,୨୯୦ ଖଣ୍ଡ ଭୋଟ୍ ପାଇଛନ୍ତି।

କୁରୁକ୍ଷେତ୍ରର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା' ସାବିତ୍ରୀ ଜିନ୍ଦଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାଣାଙ୍କୁ ୧୮,୯୪୧ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀ ଜିନ୍ଦଲ ୪୯,୨୩୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୩୦,୨୯୦ ଖଣ୍ଡ ଭୋଟ୍ ପାଇଛନ୍ତି।

ଚଳିତ ବର୍ଷ ଫୋର୍ବସ ଇଣ୍ଡିଆ ସାବିତ୍ରୀ ଜିନ୍ଦଲଙ୍କୁ ୨୯.୧ ବିଲିୟନ ଡଲାର ସମ୍ପତ୍ତି ସହ ଦେଶର ସବୁଠାରୁ ଧନୀ ମହିଳା ଭାବେ ଘୋଷଣା କରିଛି। ଅକ୍ଟୋବର ୫ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଏଥିରେ ସାବିତ୍ରୀ ଜିନ୍ଦଲ ସ୍ୱାଧୀନ ପ୍ରାର୍ଥୀ ଭାବେ ହିସାର ଆସନରେ ବିଜୟୀ ହୋଇଥିଲେ।
ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟ ନ ମିଳିବାରୁ ଜିନ୍ଦଲ ଗ୍ରୁପର 'ସମ୍ମାନିତ ଅଧ୍ୟକ୍ଷା' ସାବିତ୍ରୀ ଜିନ୍ଦଲ ହିସାରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ କହିଥିଲେ ଯେ ସେ ହିସାରବାସୀଙ୍କ ଦାବିରେ ନିର୍ବାଚନ ଲଢୁଛନ୍ତି ଏବଂ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଗୃହରେ ଦୃଢ଼ ସ୍ୱର ଉତ୍ତୋଳନ କରିବେ। ହିସାରର ଲୋକମାନେ ମୋ ପରିବାର ଏବଂ ସେମାନେ ଚାହୁଁଥିଲେ ଯେ ମୁଁ ନିର୍ବାଚନ ଲଢ଼ିବି। '

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe