ଜୟପୁର: ଜୟପୁରର ଏକ ତୈଳ ଟାଙ୍କି ସାମ୍ନାରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ପ୍ରତ୍ୟେକ୍ଷଦର୍ଶୀମାନେ ସେମାନଙ୍କର ଲୋମ ଟାଙ୍କୁରା ଅଭିଜ୍ଞତା ବଖାଣିଛନ୍ତି।
ସେହିପରି ଜଣେ ପ୍ରତ୍ୟେକ୍ଷଦର୍ଶୀ ହେଉଛନ୍ତି ସୁନୀଲ। ଯିଏକି ନିକଟରେ ଜୁନିୟର୍ ଆକାଉଣ୍ଟାଣ୍ଟ୍ ଚାକିରି ପାଇବା ପରେ ନିଜ ବନ୍ଧୁଙ୍କ ସହ ଜୟପୁର ଯିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ସୁନୀଲ କହନ୍ତି, ‘‘ମୁଁ ଭାଗ୍ୟବାନ ହୋଇଥିବାରୁ ଏକ ଜଳନ୍ତା ବସ୍ରୁ ଅଳ୍ପ ଟିକେ ଆଘାତ ପାଇ ବାହାରକୁ ବାହାରି ପାରିଲି। ହେଲେ ମୋ ସହିତ ବସ୍ରେ ଥିବା ସମସ୍ତ ଯାତ୍ରୀ ଏବେ ଭାଗ୍ୟବାନ ନଥିଲେ। ଆମେ ରାଜ୍ସମାନନ୍ଦରୁ ଆସୁଥିବା ବସ୍ରେ ବସିଥିଲୁ। ମୁଁ ଚାକିରି ପାଇବା ପରେ ମୋର ଜଣେ ବନ୍ଧୁଙ୍କ ସହ କିଛି କାଗଜପତ୍ର ଦେବା ପାଇଁ ଜୟପୁର ଯାଉଥିଲି। ଅଚାନକ ବସ୍ରେ ପାଖରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଲା। ଆମେ ଚାରିଆଡ଼େ ଖାଲି ନିଆଁ ଦେଖି ପାରୁଥିଲୁ। ବସ୍ରେ ବି ନିଆଁ ଲାଗିଗଲା। ଯାତ୍ରୀମାନେ ବସ୍ ଗେଟ୍ ଜାମ୍ କରି ଦେଇଥିଲେ। ଆମେ ୮-୧୦ ଜଣ ଲୋକ ଝରକା ଭାଙ୍ଗି ବାହାରକୁ ଆସିଲୁ।’’
ପୁଲିସ ସୂଚନାନୁସାରେ, ଶୁକ୍ରବାର ସକାଳେ ଜୟପୁର-ଅଜମେର ରାଜପଥରେ ଏକ ଟ୍ରକ ଏକ ଏଲପିଜି ବୋଝେଇ ଟ୍ୟାଙ୍କ ସହ ମୁହାଁମୁହିଁ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଖୁବ୍ କମ୍ ସମୟ ମଧ୍ୟରେ ସହରର ଭାନକ୍ରୋଟା ଅଞ୍ଚଳରେ ଥିବା ଇନ୍ଧନ ପମ୍ପରେ ବ୍ୟାପିଗଲା।
ତୈଳ ପମ୍ପ୍ରେ ପାର୍କିଂ ହୋଇଥିବା ଅନେକ ଗାଡି ମଧ୍ୟ ନିଆଁରେ ପୋଡି ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏଲପିଜି ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇଥିବା ଟ୍ରକରେ ରାସାୟନିକ ପଦାର୍ଥ ଭର୍ତ୍ତି ହୋଇଥିଲା।
Follow Us