ଉତ୍ତର କୋରିଆରେ କରୋନା ରୋଗୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

ଉତ୍ତର କୋରିଆରେ କରୋନା ରୋଗୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

BBC

ଓ୍ୱାସିଂଟନ : କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉତ୍ତର କୋରିଆ ପ୍ରଶାସନ ବିଶେଷ କରି ଚୀନ୍‌ରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦକ୍ଷିଣ କୋରିଆରେ ଥିବା ଜଣେ ଆମେରିକୀୟ ସାମରିକ ଅଧିକାରୀ ରବର୍ଟ ଆବ୍ରାହାମ୍‌ଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ସୂଚନା ମିଳିଛି। ଉତ୍ତର କୋରିଆର ଭୁଶୁଡ଼ିପଡ଼ିଥିବା ସ୍ବାସ୍ଥ୍ୟ ସେବା କୌଣସି ପ୍ରକାର ସଂକ୍ରମଣର ମୁକାବିଲା କରିବାକୁ ଅସମର୍ଥ। ଅପରପକ୍ଷେ, ଚୀନ୍‌ରୁ ଉତ୍ପତ୍ତି ଏହି ମହାମାରୀର ଗୋଟିଏ ବି ମାମଲା ଏଯାଏ ଘନିଷ୍ଠ ପଡ଼ୋଶୀ ଉତ୍ତରକୋରିଆରେ ଦେଖାଯାଇନାହିଁ। ଗତ ଜାନୁଆରିରୁ କିମ୍‌ ଜଙ୍ଗ୍‌ ସରକାର ଚୀନ୍‌ ସହ ରହିଥିବା ସୀମାକୁ ବନ୍ଦ କରିଦେଇଥିବାରୁ ଦେଶବାସୀ ଏଭଳି ଆଶ୍ବସ୍ତ ଅଛନ୍ତି। ତେବେ ଏଭଳି ସୀମା ବନ୍ଦ ଯୋଗୁଁ ଦେଶକୁ ବିଭିନ୍ନ ସାମଗ୍ରୀର ଚୋରା କାରବାର ବଢ଼ିଯାଇଛି ଯେଉଁଥିରେ କି ଅଧିକାରୀମାନେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ଦେଶର ସେନାବାହିନୀକୁ କରୋନା ସଂକ୍ରମଣ ରୋକିବା ପାଇଁ ଦାୟିତ୍ବ ଦିଆଯାଇଛି। ତେଣୁ ଅନଟନରେ ସନ୍ତୁଳିତ ଉତ୍ତର କୋରିଆ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଅପେକ୍ଷା ଚୀନ୍‌ରୁ ଆସୁଥିବା ଆଗନ୍ତୁକମାନଙ୍କୁ ସନ୍ଦିଗ୍ଧ କରୋନା କେନ୍ଦ୍ର ବିଚାରି ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ କରିଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe