ସାବଧାନ! ବିମାନବନ୍ଦର, ରେଳଷ୍ଟେସନ୍‌, ଟ୍ରେନ୍‌ ଓ ହୋଟେଲରେ ଫୋନ୍‌ ଚାର୍ଜ କରୁଛନ୍ତି କି, ଚୋରି ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ଡାଟା

Advertisment
ସାବଧାନ! ବିମାନବନ୍ଦର, ରେଳଷ୍ଟେସନ୍‌, ଟ୍ରେନ୍‌ ଓ ହୋଟେଲରେ ଫୋନ୍‌ ଚାର୍ଜ କରୁଛନ୍ତି କି, ଚୋରି ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ଡାଟା

ନୂଆଦିଲ୍ଲୀ: ଫୋନର ଚାହିଦା ସହିତ ଏହାର ବ୍ୟବହାର ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ପାଇଁ ଫୋନ ଏବେ ଏକ ନିହାତି ଆବଶ୍ୟକ ସାମଗ୍ରୀ ପାଲଟି ଯାଇଛି। ଅନେକଙ୍କ ପକ୍ଷେ ମୋବାଇଲଫୋନ ବିନା ସମୟ କାଟିବା ଅସମ୍ଭବ ହୋଇପଡିଛି । ଏହି କାରଣରୁ ଫୋନରେ ଚାର୍ଜ ସରିଲା ମାତ୍ରେ ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି କିପରି ଟିକେ ଫୋନ୍‌ ଚାର୍ଜ କରିବେ । ସେଥିପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି ।

ଅନେକ ଥର ଏଭଳି ହୋଇଥାଏ କି ଆମମାନଙ୍କୁ ବିମାନବନ୍ଦର, ରେଳ ଷ୍ଟେସନ, ରେଳ କିମ୍ବା ହୋଟେଲରେ ଫୋନ୍‌ ଚାର୍ଜ କରିବାର ଆବଶ୍ୟକତା ପଡିଥାଏ। ଏଭଳି ପରିସ୍ଥିତିରେ ଟିକେ ସାବଧାନ ଅବଲମ୍ବନ କରନ୍ତୁ। ନଚେତ ପରେ ହଇରାଣ ହେବା ସହ ଅସୁବିଧାରେ ପଡ଼ି ପାରନ୍ତି।

publive-image Moneycontrol

ଫୋନ ଚାର୍ଜ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରି ନେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଉଛନ୍ତି।

publive-image PCMag.com

ଏଭଳି ସଙ୍କଟରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଲୋକମାନଙ୍କୁ ଟୁଇଟ କରି ସାବଧାନ ହେବାକୁ ପରାମର୍ଶ ଦେଇଛନ୍ତି । ବ୍ୟାଙ୍କ କହିଛି , କୌଣସି ସର୍ବସାଧରଣ (ପବ୍ଲିକ ପ୍ଲେସ )ରେ ଫୋନ ଚାର୍ଜ କରିବା ପୂର୍ବରୁ ଅନେକ ଥର ଭାବନ୍ତୁ ଓ ସଚେତନ ହୁଅନ୍ତୁ। ଆପଣଙ୍କ ଫୋନରୁ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଇ ଯାଇପାରନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ, ଟ୍ରେନ କିମ୍ବା ହୋଟେଲରେ ଫୋନ୍‌ ଚାର୍ଜ କରନ୍ତୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe