Advertisment

SBI ATM: ଗ୍ରାହକମାନେ ଧ୍ୟାନଦିଅନ୍ତୁ... ଏଟିଏମ୍‌ ଶୁଳ୍କ ବଢ଼ାଇଲା ଏସ୍‌ବିଆଇ

Advertisment

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏଟିଏମ୍‌ ଏବଂ ଏଡିଡବ୍ଲୁଏମ୍‌(ଅଟୋମେଟେଡ ଡିପୋଜିଟ୍‌ କମ୍‌ ୱିଥ୍‌ଡ୍ରୟାଲ ମେସିନ) ବ୍ୟବହାର ଶୁଳ୍କ ବୃଦ୍ଧି କରିଛି। ଅନ୍ୟ ବ୍ୟାଙ୍କର ଏଟିଏମ୍‌ ବ୍ୟବହାର କରୁଥିବା ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର...

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏଟିଏମ୍‌ ଏବଂ ଏଡିଡବ୍ଲୁଏମ୍‌(ଅଟୋମେଟେଡ ଡିପୋଜିଟ୍‌ କମ୍‌ ୱିଥ୍‌ଡ୍ରୟାଲ ମେସିନ) ବ୍ୟବହାର ଶୁଳ୍କ ବୃଦ୍ଧି କରିଛି। ଅନ୍ୟ ବ୍ୟାଙ୍କର ଏଟିଏମ୍‌ ବ୍ୟବହାର କରୁଥିବା ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର...

sbi

sbi Photograph: (sambad.in)

ନୂଆଦିଲ୍ଳୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏଟିଏମ୍‌ ଏବଂ ଏଡିଡବ୍ଲୁଏମ୍‌(ଅଟୋମେଟେଡ ଡିପୋଜିଟ୍‌ କମ୍‌ ୱିଥ୍‌ଡ୍ରୟାଲ ମେସିନ) ବ୍ୟବହାର ଶୁଳ୍କ ବୃଦ୍ଧି କରିଛି। ଅନ୍ୟ ବ୍ୟାଙ୍କର ଏଟିଏମ୍‌ ବ୍ୟବହାର କରୁଥିବା ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ଏଟିଏମ୍‌ ବ୍ୟବହାର କଲେ ଏହି ଶୁଳ୍କ ଗଣିବେ । ୨୦୨୫ ଡିସେମ୍ବର ୧ରୁ ବ୍ୟାଙ୍କ ଏହାକୁ କାର୍ଯ୍ୟକାରୀ କରିଛି। ପୂର୍ବରୁ ଏସ୍‌ବିଆଇର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍‌ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ବ୍ୟବହାର କରୁଥିଲେ ଥରକେ ୨୧ ଟଙ୍କା ସହିତ ଜିଏସ୍‌ଟି ଦେଉଥିଲେ। 

ସଂପ୍ରତି ୨୩ ଟଙ୍କା ସହିତ ଜିଏସ୍‌ଟି ଦେବାକୁ ପଡ଼ିବ। ଅନ୍ୟ ଆର୍ଥିକ କାରବାର ଯଥା ବାଲାନ୍ସ ଯାଞ୍ଚ କିମ୍ବା ମିନି ଷ୍ଟେଟମେଣ୍ଟ୍‌ ଲାଗି ଶୁଳ୍କକୁ ୧୧ ଟଙ୍କା(ଜିଏସ୍‌ଟି ବାଦ୍‌)କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏ ବାବଦରେ ୧୦ ଟଙ୍କା ଏବଂ ଜିଏସ୍‌ଟି ରାଶି ଦେବାକୁ ପଡ଼ୁଥିଲା। ଇଣ୍ଟରଚେଞ୍ଜ ଶୁଳ୍କ (ଗୋଟିଏ ବ୍ୟାଙ୍କ ଅନ୍ୟ ବ୍ୟାଙ୍କକୁ ଏଟିଏମ୍‌ ବ୍ୟବହାର ବାବଦରେ ଦେଉଥିବା ଶୁଳ୍କ) ବୃଦ୍ଧି କାରଣରୁ ଷ୍ଟେଟ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଏହା ମୁଖ୍ୟତଃ ସଞ୍ଚୟ ଓ ବେତନ ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହୋଇଛି। ଅନେକ ପ୍ରକାର ଆକାଉଣ୍ଟ ଓ କାରବାରକୁ ଶୁଳ୍କବୃଦ୍ଧିରୁ ବାଦ୍‌ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe