କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ବୃଦ୍ଧି ଶୁଣାଣି ଡିସେମ୍ବର ୧୪କୁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

Advertisment
କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ବୃଦ୍ଧି ଶୁଣାଣି ଡିସେମ୍ବର ୧୪କୁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

Live Law

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିବା ଋଣ ଗ୍ରହୀତାମାନଙ୍କର ଋଣ ରାଶି ଉପରେ ସୁଧ ଛାଡ଼ ଓ ଋଣକିସ୍ତି ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣିକୁ ଆସନ୍ତା ଡିସେମ୍ବର ୧୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ଋଣକିସ୍ତି ଅବଧି ବୃଦ୍ଧି (ମୋରାଟୋରିୟମ୍‌) ଏବଂ ଋଣ ରାଶିର ସୁଧ ଉପରେ ସୁଧ ଛାଡ ପାଇଁ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଆଜିକୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ, ଆଜିର ଶୁଣାଣି କାଳରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଡଭୋକେଟ୍‌ ଭି ଗିରି ଖଣ୍ଡପୀଠଙ୍କୁ କହଥିଲେ ଯେ ଏହା ଉପରେ ବର୍ତ୍ତମାନ ଆରବିଆଇ ପକ୍ଷରୁ ଯୋଜନା ପ୍ରସ୍ତୁତ ଚାଲିଛି ଏବଂ ଡିସେମ୍ବର ୩୧ ସୁଦ୍ଧା ଯୋଜନା ପ୍ରସ୍ତୁତି ହୋଇଯିବା ସହ ଏହାର ଚୂଡ଼ାନ୍ତ ରୂପରେଖ ଜଣାପଡ଼ିଯିବ। ତେଣୁ, ଏହି ମାମଲାର ଶୁଣାଣିକୁ ଯୋଜନା ପ୍ରସ୍ତୁତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।

ତେବେ, କୋର୍ଟ ଏହାକୁ ଖାରଜ କରିଦେବା ସହ ଆରବିଆଇ ଦ୍ୱାରା କୋଭିଡ୍‌-୧୯ ଲକ୍‌ଡାଉନ କାଳରେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଋଣ ଗ୍ରହୀତାମାନଙ୍କର ଋଣକିସ୍ତି ଅବଧି ବୃଦ୍ଧି (ମୋରାଟୋରିୟମ୍‌) ଏବଂ ଋଣ ରାଶିର ସୁଧ ଉପରେ ସୁଧ ଛାଡ ପାଇଁ କି ଯୋଜନା ପ୍ରସ୍ତୁତ ହେଉଛି ଏବଂ ବିଶେଷ ଭାବେ ଏସଂପର୍କରେ କି ପ୍ରାବଧାନ ରଖାଯାଉଛି ସେ ସଂପର୍କରେ କୋର୍ଟଙ୍କୁ ନିର୍ଦ୍ଦିଷ୍ଟ ଭାବେ ଜଣାଇବା ପାଇଁ ନିର୍ଦ୍ଦେଶ ଦେବାସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଡିସେମ୍ବର ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe