Image Courtesy of Zee News
ନୂଆଦିଲ୍ଲୀ: ଜାନୁଆରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତକାଳୀନ ସୁରକ୍ଷାଗତ ତ୍ରୁଟି ଘଟଣାର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ବରେ ଆଜି ସୁପ୍ରିମ୍ କୋର୍ଟ ଏକ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି।
ସୁପ୍ରିମ୍ କୋର୍ଟ ଗଠନ କରିଥିବା ଉକ୍ତ ତଦନ୍ତ କମିଟିର ସଦ୍ୟମାନେ ହେଲେ, ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା, ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ର ମହାନିର୍ଦେଶକ, ‘ଚଣ୍ଡୀଗଡ଼ର ପୁଲିସ ମହାନିର୍ଦେଶକ’, ପଞ୍ଜାବର ଅତିରକ୍ତ ପୁଲିସ ମହାନିର୍ଦେଶକ ଏବଂ ‘ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍’।
Image Courtesy of India Todayଉପରୋକ୍ତ ସ୍ବାଧୀନ କମିଟି ଗଠନ କରିବା ବେଳେ ସୁପ୍ରିମ୍ କୋର୍ଟ କହିଥିଲେ ଯେ, ଏହି କମିଟି ସୁରକ୍ଷାଗତ ତ୍ରୁଟିର କାରଣ, ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷ, ବଭିଷ୍ୟତରେ ‘ଭିଭିଆଇପି’ମାନଙ୍କ କ୍ଷେତ୍ରରେ ଏଭଳି ସୁରକ୍ଷାଗତ ତ୍ରୁଟି ରୋକିବା ଲାଗି ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ତଦନ୍ତ କରିବେ।
ଏହି କମିଟି ଯଥା ସମ୍ଭବ ଶୀଘ୍ର ରିପୋର୍ଟ ଦାଖଲ କରିବା ଆବଶ୍ୟକ ବୋଲି ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନା କହିଛନ୍ତି।
Follow Us