Deccan Chronicle
ନୂଆଦିଲ୍ଲୀ: ଶୁକ୍ରବାର ଦିନ ୧୨୬ ବର୍ଷ ହେବ ଲାଗି ରହିଥିବା କାବେରୀ ଜଳ ବିବାଦର ଦୀର୍ଘ ପ୍ରତୀକ୍ଷିତ ରାୟ ଶୁଣାଇ ସୁପ୍ରିମ୍ କୋର୍ଟ କର୍ଣ୍ଣାଟକକୁ ୧୭୭. ୨୫ ଟିଏମ୍ସି ଜଳ ଛାଡ଼ିବାକୁ ତାମିଲନାଡୁକୁ ନିର୍ଦେଶ ଦେଇଛନ୍ତି। ଫଳରେ କର୍ଣ୍ଣାଟକର ଜଳ ଭାଗ ୧୪. ୭୫ ଟିଏମ୍ସି ଅଧିକ ବଢ଼ିଲା।
ସୁପ୍ରିମ୍ କୋର୍ଟ କହିଲେ ଯେ ତାମିଲନାଡୁରେ ୨୦ ଟିସିଏମ୍ ଭୂତଳ ଜଳ ହିସାବକୁ ନିଆଯାଇ ନାହିଁ। ସେ କଥା ବିଚାର କରାଯିବ।
ବେଙ୍ଗାଲୁରୁରେ ପାନୀୟ ଜଳ ଏବଂ ଶିଳ୍ପ କାର୍ଯ୍ୟକଳାପ ପାଇଁ ଜଳର ବର୍ଦ୍ଧିତ ଚାହିଦା ଆଦିକୁ ଦୃଷ୍ଟି ଦିଆଯାଇ କର୍ଣ୍ଣାଟକକୁ ୧୪. ୭୫ ଟିଏମ୍ସି ଅଧିକ କାବେରୀ ଜଳ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି।
୨୦୦୭ରେ କାବେରୀ ଜଳ ବିବାଦ ଟ୍ରାଇବୁନାଲ୍ ସମୁଦାୟ କାବେରୀ ବେସିନ୍ରୁ ତାମିଲନାଡୁକୁ ବାର୍ଷିକ ୪୧୯ ଟିଏମ୍ସି, କର୍ଣ୍ଣାଟକକୁ ୨୭୦ ଟିଏମ୍ସି, କେରଳକୁ ୩୦ ଟିଏମ୍ସି ଏବଂ ପୁଦ୍ଦୁଚେରୀକୁ ୭ ଟିଏମ୍ସି ଜଳ ଦେବାକୁ ନିଷ୍ପତ୍ତି ଗ୍ରହଣ କରିବା ପରେ କର୍ଣ୍ଣାଟକ ଏବଂ ତାମିଲନାଡୁ ସୁପ୍ରିମ୍ କୋର୍ଟରେ ଅଭିଯୋଗ କରିଥିଲେ।
ଫେବ୍ରୁଆରି ୨୦୦୭ରେ କାବେରୀ ବିବାଦ ଟ୍ରାଇବୁନାଲ୍ର ଜଳଆବଣ୍ଟନ ବିରୋଧରେ ହୋଇଥିବା ଆବେଦନର ରାୟକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଅମିତାଭ ରାୟ ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ସେପ୍ଟେମ୍ବର ୨୦, ୨୦୧୭ରେ ସଂରକ୍ଷିତ ରଖିଥିଲେ।
ଦୁଇ ରାଜ୍ୟର ସ୍ୱାର୍ଥ ରକ୍ଷା କରୁଥିବା ଏହି ରାୟକୁ କର୍ଣ୍ଣାଟକ ସମତୁଲ ବୋଲି କହି ସ୍ୱାଗତ କରିଛି। କିନ୍ତୁ ତାମିଲନାଡୁ ଅଶାନ୍ତି ପ୍ରକାଶ କରିଛି।
Follow Us