ଜଷ୍ଟିସ୍‌ ଡିଏନ୍‌ ପଟେଲ ହେବେ ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

Advertisment
ଜଷ୍ଟିସ୍‌ ଡିଏନ୍‌ ପଟେଲ ହେବେ ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ANI

ନୂଆଦିଲ୍ଲୀ: ସଂପ୍ରତି ଝାଡ଼ଖଣ୍ଡ ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିବା ଜଷ୍ଟିସ୍‌ ଡିଏନ୍‌ ପଟେଲ ହେବେ ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଅବସ୍ଥାପିତ ଥିବା ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ ଆସନ୍ତା ମାସରେ ଅବସର ଗ୍ରହଣ କରିବାକୁ ଥିବାରୁ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡିଏନ୍‌ ପଟେଲଙ୍କୁ ନିଯୁକ୍ତି ଦେବାକୁ ସୁପ୍ରମ୍‌ କୋର୍ଟର କଲେଜିୟମ୍‌ ଆଜି କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେ ଓ ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କୁ ନେଇ ବସିଥିବା କଲେଜିୟମ୍‌ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୧୯୬୦ ମସିହାରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ଡିଏନ୍‌ ପଟେଲ ୧୯୮୪ ମସିହାରେ ଜଣେ ଆଇନ୍‌ଜୀବୀ ଭାବେ ଗୁଜୁରାଟ ହାଇକୋର୍ଟରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟରେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ତୁଲାଇ ଥିଲେ ଜଷ୍ଟିସ୍‌ ଡିଏନ୍‌ ପଟେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe