୫ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

୫ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

Deccan Herald

ନୂଆଦିଲ୍ଳୀ: ସୁପ୍ରିମକୋର୍ଟଙ୍କ କଲେଜିୟମ ମଙ୍ଗଳବାର ରାଜସ୍ଥାନ, କେରଳ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ହାଇକୋର୍ଟରେ ମୁଖ୍ୟ ବିଚାରପତି  ପଦବୀ ପୂରଣ କରିବା ପାଇଁ ୫ ଜଣ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ଏହି ୫ ବିଚାରପତି ସଂପ୍ରତି ବିଭିନ୍ନ ହାଇକୋର୍ଟରେ  ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି । କଲେଜିୟମ  ସୁପାରିସ  କରିଥିବା ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ହାଇକୋର୍ଟର ବିଚରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟ, କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ପି ଆର୍‌ ରାମଚନ୍ଦ୍ରନ ମେନନ୍‌, ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ବିଚାରପତି ଜଷ୍ଟସ୍‌ ଏକେ ମିତଲ, ଆଲ୍ଲାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏଏସ୍‌ ଓକା।

publive-image www.hindustantimes.com

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦ୍ରାଯୋଗଙ୍କର ବମ୍ବେ ହାଇକୋର୍ଟକୁ ବଦଳି ହେବା ପରେ କଲେଜିୟମ ତାଙ୍କ ସ୍ଥାନରେ ଜଷ୍ଟିସ୍‌ ଭଟ୍ଟଙ୍କ ନାମ ସୁପାରିସ କରିଛନ୍ତି।

ସେହିପରି ଛତିଶଗଡ଼ ହାଇକୋର୍ଟରୁ ଜଷ୍ଟିସ୍‌ ଏକେ ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ପୂରା କରିବାକୁ କଲେଜିୟମ ଜଷ୍ଟିସ୍‌ ମେନନଙ୍କୁ ଉପଯୁକ୍ତ ଭାବିଛନ୍ତି।

ମେଘାଳୟ ହାଇକୋର୍ଟର ଜଷ୍ଟିସ୍‌ ଏମ୍‌ ଓ୍ଵାଇ ମିର୍‌ ଅବସର ନେବା ପରେ ତାଙ୍କ ସ୍ଥାନ ପାଇଁ ଜଷ୍ଟିସ୍‌ ମିତଲଙ୍କ ନାମ ସୁପାରିସ ହୋଇଛି।

ଜଷ୍ଟିସ୍‌ ବିକ୍ରମ ନାଥଙ୍କୁ ସୁପ୍ରିମକୋର୍ଟ କଲେଜିୟମ ନୂଆ କରି ଗଠନ ହୋଇଥିବା ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି।

ଜଷ୍ଟିସ୍‌ ଦିନେଶ ମହେଶ୍ୱରୀଙ୍କ ପଦୋନ୍ନତି ହେବା ପରେ ତାଙ୍କ ସ୍ଥାନରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଓକାଙ୍କ ନାମ ସୁପାରସ କରିଛନ୍ତି  କଲେଜିୟମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe