ସୁପ୍ରିମ୍‌ କୋର୍ଟ ବିଚାରପତି ପାଇଁ ୪ଟି ନାମକୁ କଲେଜିୟମ୍‌ର ମଞ୍ଜୁରି

Advertisment
ସୁପ୍ରିମ୍‌ କୋର୍ଟ ବିଚାରପତି ପାଇଁ ୪ଟି ନାମକୁ କଲେଜିୟମ୍‌ର ମଞ୍ଜୁରି

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ବିଚାରପତି ପାଇଁ ୪ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି ମିଳିବ। ଏମାନଙ୍କ ନାମକୁ ଆଜି ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ସର୍ବସମ୍ମତିକ୍ରମେ ମଞ୍ଜୁରି ଦେଇଛି। ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଆର୍‌ ସୁଭାଷ ରେଡ୍ଡି, ମଧ୍ୟ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହେମନ୍ତ ଗୁପ୍ତା, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଏମ୍‌ ଆର୍‌ ଶାହ ଏବଂ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଅଜୟ ରସ୍ତୋଗିଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ୫ ସଦସ୍ୟ ବିଶିଷ୍ଟ କଲେଜିୟମ୍‌ ସୁପ୍ରିମ୍‌ କୋର୍ଟରେ ହେବାକୁ ଥିବା ସମସ୍ତ ନିଯୁକ୍ତି ବାବଦ‌ ସୁପାରିସକୁ ମଞ୍ଜୁରି ଦେଇଥାଏ। ଏହି କଲେଜିୟମ୍‌ରେ ଜଷ୍ଟିସ୍‌ ଏମ୍‌ ବି ଲୋକୁର, ଜଷ୍ଟିସ୍‌ କୁରିଏନ୍ ଯୋଶେଫ, ଜଷ୍ଟିସ୍‌ ଏ କେ ସିକ୍ରି ଏବଂ ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେ ମଧ୍ୟ ସଦସ୍ୟ ଅଛନ୍ତି। ସୁପ୍ରିମ୍‌ କୋର୍ଟରେ ଦୁଇଟି ବିଚାରପତି ପଦବି ଖାଲି ଥିବା ବେଳେ ନଭେମ୍ବରରେ ଜଷ୍ଟିସ୍‌ ଯୋଶେଫ୍‌ ଏବଂ ଡିସେମ୍ବରରେ ଜଷ୍ଟିସ୍ ଲୋକୁର ଅବସର ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe