ପ୍ରଧାନ ବିଚାରପତିଙ୍କ ଦ୍ୱାରା ନିଯୁକ୍ତି ଉପରେ ଆପତ୍ତି ଉଠାଇଥିବା ସଦସ୍ୟଙ୍କ ନାମ ସାର୍ବଜନୀନ କଲା ସୁପ୍ରିମ କୋର୍ଟ କଲେଜିୟମ

Advertisment
ପ୍ରଧାନ ବିଚାରପତିଙ୍କ ଦ୍ୱାରା ନିଯୁକ୍ତି ଉପରେ ଆପତ୍ତି ଉଠାଇଥିବା ସଦସ୍ୟଙ୍କ ନାମ ସାର୍ବଜନୀନ କଲା ସୁପ୍ରିମ କୋର୍ଟ କଲେଜିୟମ

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ଘଟଣାକ୍ରମରେ, ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର କଲେଜିୟମ ପ୍ୟାନେଲରେ ଥିବା ଦୁଇ ବିଚାରପତିଙ୍କ ନାମ ସାର୍ବଜନୀନ କରିଛନ୍ତି, ଯେଉଁମାନେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ନେଇ  ପ୍ରଚଳିତ ପଦ୍ଧତି ଉପରେ ଆପତ୍ତି ଉଠାଇଥିଲେ।

ସୋମବାର ସାର୍ବଜନୀନ ହୋଇଥିବା ଅକ୍ଟୋବର ୯ ତାରିଖର ଏକ ବିବୃତିରେ ସୁପ୍ରିମ୍‌ କୋର୍ଟ କଲେଜିୟମ କହିଛି ଯେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସ ଅବଦୁଲ ନାଜିର ‘ସଞ୍ଚାଳନ’ ପଦ୍ଧତି ଉପରେ ଆପତ୍ତି ଉଠାଇଛନ୍ତି, ଯାହାକି  ଶାରୀରିକ ଭାବରେ ପ୍ରକ୍ରିୟାରେ ଯୋଗ ଦେବାକୁ ଅସମର୍ଥ ଥିବା ଏହାର ସଦସ୍ୟମାନଙ୍କ ମତାମତ ପ୍ରକାଶ କରିବା ପାଇଁ ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିଲା।

କଲେଜିୟମ୍ କହିଛି ଯେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରସ୍ତାବ ପ୍ୟାନେଲ ବ୍ୟବସ୍ଥା ଦୁଇ ଜଣ ବିଚାରପତିଙ୍କଠାରୁ ସହମତି ପାଇଥିଲା। କିନ୍ତୁ ଅନ୍ୟ ଦୁଇ ବିଚାରପତି ଏହାର ସପକ୍ଷରେ ନଥିଲେ। ପରେ ବିବାଦୀୟ ହୋଇଥିବା କଲେଜିୟମର ସେପ୍ଟେମ୍ବର ୩୦ ବୈଠକ ପ୍ରସ୍ତାବ ସ୍ଥଗିତ ରହିଥିଲା।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ  ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ୍‌ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ୍‌ କେଏମ ଜୋସେଫଙ୍କୁ ନେଇ ଗଠିତ ଏହି କଲେଜିୟମ ସେପ୍ଟେମ୍ବର ୨୬ ତାରିଖର ପ୍ରଥମ ବୈଠକରୁ ଆରମ୍ଭ କରି ସମଗ୍ର ଘଟଣାକ୍ରମ ସାର୍ବଜନୀନ କରି ଦେଇଥିଲା, ଯେତେବେଳେ ସେପ୍ଟେମ୍ବର ୩୦, ୨୦୨୨ ପର୍ଯ୍ୟନ୍ତ ୧୧ ଜଣ ବିଚାରପତିଙ୍କ ନାମ ବିଚାର କରାଯାଇଥିଲା।

କଲେଜିୟମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରସ୍ତାବିତ ନିଯୁକ୍ତି ସମ୍ବନ୍ଧରେ ଅନୌପଚାରିକ ବିଚାରବିମର୍ଶ କିଛି ସମୟ ଧରି ଚାଲିଥିଲା ଏବଂ ସେପ୍ଟେମ୍ବର ୨୬, ୨୦୨୨ରେ ଏକ ଆନୁଷ୍ଠାନିକ ବୈଠକ ହୋଇଥିଲା, ଯେତେବେଳେ ୧୧ ଜଣ ବିଚାରପତିଙ୍କ ନାମ ବିଚାର କରାଯାଇଥିଲା। ଏଥିରେ କୁହାଯାଇଛି, ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ନାମ ଉପରେ ସର୍ବସମ୍ମତି ପ୍ରକାଶ ପାଇବା ପରେ ସେହି ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଥିଲା ଏବଂ ଅନ୍ୟ ଦଶ ଜଣ ବିଚାରପତିଙ୍କ ନାମ ଉପରେ ବିଚାର ସେପ୍ଟେମ୍ବର ୩୦, ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe