ଆଶାଠାରୁ ଅଧିକ ଶକ୍ତିଶାଳୀ ଟ୍ବିନ ଟାୱାର, ଭାଙ୍ଗିବାର ସମୟସୀମା ଅଗଷ୍ଟ ୨୮ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମକୋର୍ଟ

Advertisment
ଆଶାଠାରୁ ଅଧିକ ଶକ୍ତିଶାଳୀ ଟ୍ବିନ ଟାୱାର, ଭାଙ୍ଗିବାର ସମୟସୀମା ଅଗଷ୍ଟ ୨୮ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମକୋର୍ଟ

ndtv

ନୂଆଦିଲ୍ଲୀ: ସୁପରଟେକ୍ ଏମେରାଲ୍ଡ ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ ସମୟ ଅବଧି ବଢ଼ାଇଲେ ସୁପ୍ରିମକୋର୍ଟ। ଉଭୟ ଟାୱାର ଭାଙ୍ଗିବାର ସମୟସୀମା ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଟାୱାର ଭାଙ୍ଗିବା ପାଇଁ କୋର୍ଟ ସମୟସୀମାକୁ ଅଗଷ୍ଟ ୨୮, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ମେ’ ୨୨ ସୁଦ୍ଧା ଟାୱାରକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଟାୱାରକୁ ଭାଙ୍ଗିବାକୁ ଥିବା ଏଜେନ୍ସି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଭଙ୍ଗାଯିବା କାର୍ଯ୍ୟ ଚାଲିଥିବା ବେଳେ ଜଣାପଡ଼ିଲା ଯେ, ବିସ୍ଫୋରଣ ପରେ ମଧ୍ୟ ଟାୱାର ଭାଙ୍ଗିବା କଷ୍ଟ ହୋଇଛି। ଟାୱାରଗୁଡିକ ଆଶା କରାଯାଉଥିବା ଠାରୁ ଅଧିକ ଶକ୍ତିଶାଳୀ ଥିବାରୁ ଏହାକୁ ଭାଙ୍ଗବି ପାଇଁ ଆହୁରି ତିନିମାସ ଅଧିକ ସମୟ ଦିଆଯିବା ଉଚିତ୍। ଏହା ପରେ ସୁପ୍ରିମକୋର୍ଟ ଅଗଷ୍ଟ ୨୮ ପର୍ଯ୍ୟନ୍ତ ସମୟ ବଢ଼ାଇ ଦଇଛନ୍ତି।

ଗତ ଶୁଣାଣିରେ ନୋଏଡା ପ୍ରାଧିକରଣ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଟାୱାରର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ନୋଏଡା କର୍ତ୍ତୃପକ୍ଷଙ୍କ ଆଫିଡେଭିଟ୍‌ରେ ଉଲ୍ଲେଖ କରାଯାଇଥିବା ସମୟସୀମା ପାଳନ କରିବାକୁ ସୁପ୍ରିମକୋର୍ଟ ନୋଏଡା ପ୍ରାଧିକରଣ ଏବଂ ସୁପରଟେକ୍କୁ କହିଥିଲେ। ମେ’ ୧୭ ରେ ଏକ ଅପଡେଟ୍ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନୋଏଡା କର୍ତ୍ତୃପକ୍ଷଙ୍କୁ କହିଥିଲେ। ଆଜି ଅପଡେଟ୍ ଷ୍ଟାଟସରେ ଭାଙ୍ଗିବାକୁ ସମୟ ଲାଗିବ ବୋଲି କୁହାଯିବାରୁ ସୁପ୍ରିମକୋର୍ଟ ସମୟ ଅବଧି ବଢ଼ାଇ ଦେଇଛନ୍ତି। ଏହାପୂର୍ବରୁ ଫେବ୍ରୁଆରି ୭ରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଟ୍ୱିନ୍ ଟାୱାରର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାୱାର ଭାଙ୍ଗିବା ପାଇଁ ଚୂଡ଼ାନ୍ତ ଯୋଜନା ଏବଂ ଭାଙ୍ଗିବା ପାଇଁ ଏକ ସମୟସୀମା ପ୍ରସ୍ତୁତ କରିବାକୁ ୭୨ ଘଣ୍ଟା ମଧ୍ୟରେ ଗେଲ୍ ସମେତ ସମସ୍ତ ବିଭାଗର ଅଧିକାରୀଙ୍କ ସହ ବୈଠକ କରିବାକୁ କୋର୍ଟ ନୋଏଡା ସିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe