ମେ ୧୦କୁ ଘୁଞ୍ଚିଲା ରାଫେଲ ପୁନର୍ବିଚାର ଆବେଦନର ଶୁଣାଣି

Advertisment
ବଂଶଧାରା ଜଳବିବାଦ ମାମଲା: ଟ୍ରିବ୍ୟୁନାଲଙ୍କ ଅନ୍ତରୀଣ ରାୟ ବିରୁଦ୍ଧରେ ଦାଖଲ କରାଯାଇଥିବା ଏସଏଲପିକୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର

thebetterindia.com

ନୂଆଦିଲ୍ଲୀ : ରାଫେଲ ରାୟର ପୁନର୍ବିଚାର ସଂପର୍କିତ ଶୁଣାଣିକୁ ଆସନ୍ତା ୧୦କୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ ଶୁଣାଇବା ସହ ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି ଯେ ସେହିଦିନ ରାହୁଲଙ୍କ ଉପରେ ହୋଇଥିବା ମାନହାନୀ ମକଦ୍ଦମାର ଶୁଣାଣି ମଧ୍ୟ କରାଯିବ । ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଫେଲ ମାମଲାରେ ଚୌକିଦାର ଚୋର ହେ ବୋଲି କହୁଥିବାରୁ ତାଙ୍କ ବିରୋଧରେ ଏହି ମାନହାନୀ ମକଦ୍ଦମା ହୋଇଛି । ଏହି ଦୁଇ ମାମଲା ସଂପର୍କିତ ହୋଇଥିବାରୁ ଗୋଟିଏ ଦିନରେ ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୪ ତାରିଖରେ ରାଫେଲ ମାମଲାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ରାୟ ଶୁଣାଇଥିଲେ । ଏହି ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନର ଶୁଣାଣି ଏବେ ୧୦ ତାରିଖରେ ଶେଷ କରିବାକୁ କୋର୍ଟ ଲକ୍ଷ୍ୟ ରଖିଛନ୍ତି । ଏହା ପୂର୍ବରୁ ହ ହିନ୍ଦୁ ଓ ଏଏନଆଇରେ ପ୍ରକାଶିତ ଚୋରୀ କାଗଜପତ୍ରକୁ ମଧ୍ୟ ପ୍ରମାଣ ଭାବରେ ଗ୍ରହଣ କରିବାକୁ କୋର୍ଟ ରାଜି ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe