ଯୌନକର୍ମୀଙ୍କୁ ରାସନ ଯୋଗାଇବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

Advertisment
ଯୌନକର୍ମୀଙ୍କୁ ରାସନ ଯୋଗାଇବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

Devdiscourse

ନୂଆଦିଲ୍ଲୀ: ନ୍ୟାସନାଲ ଏଡସ୍ ନିୟନ୍ତ୍ରଣ ସଂଗଠନ ଏବଂ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଯୌନକର୍ମୀଙ୍କୁ ଖାଦ୍ୟସାମଗ୍ରୀ (ରାସନ୍) ଯୋଗାଇବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ରାସନ କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନ ଥିଲେ ମଧ୍ୟ ସେମାନଙ୍କୁ ରାସନ ଯୋଗାଇ ଦେବାକୁ ଅଦାଲତ ନିଦ୍ଦେର୍ଶ ଦେଇଥିବା ଜାଣିବାକୁ ମିଳିଛି।

କରୋନା ମହାମାରୀ ସମୟରେ ସେମାନଙ୍କ ନିକଟରେ କୌଣସି କାମ ନଥିବାରୁ ସେମାନଙ୍କ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଅଦାଲତ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ସୁପ୍ରିମ୍‌କୋର୍ଟର ଏକ ଖଣ୍ଡପୀଠ ଏକ ମ‌ାମଲାର ବିଚାର କରି ସମସ୍ତ ରାଜ୍ୟର ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏଡସ୍ ନିୟନ୍ତ୍ରଣ ସଂଗଠନ ଏବଂ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଯୌନକର୍ମୀଙ୍କ ମଧ୍ୟରୁ କେତେ ଜଣଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି ତାହାର  ଏକ  ପ୍ରସ୍ତୁତ କରି ଏକ  ଆଫିଡେଭିଟ୍ ଜରିଆରେ  ୪ ସପ୍ତାହ ମଧ୍ୟରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, କୋର୍ଟ ଏହି ୪ ସପ୍ତାହ ମଧ୍ୟରେ  କିନ୍ନରମାନଙ୍କ ପରି ଯୌନକର୍ମୀମାନଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇ ପାରିବ କି ନାହିଁ ତାହା ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe