ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ଯୋଗାଇବାରେ ପ୍ରାଥମିକତା ଦେବାକୁ ଘରୋଇ ଡାକ୍ତରଖାନାଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ଯୋଗାଇବାରେ ପ୍ରାଥମିକତା ଦେବାକୁ ଘରୋଇ ଡାକ୍ତରଖାନାଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚିକିତ୍ସା ନିମନ୍ତେ ଦେଶର ଘରୋଇ ଡାକ୍ତରଖାନାଗୁଡ଼ିକୁ ଆସୁଥିବା ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରାଥମିକତା ଦେବାକୁ ଆଜି (ଗୁରୁବାର) ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ-୧୯ ମହାମାରୀ ମଧ୍ୟରେ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାକୁଡ଼ିକୁ ଆସୁଥିବା ବୃଦ୍ଧବୃଦ୍ଧାଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଡମିସନ ଏବଂ ଚିକିତ୍ସା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଘରୋଇ ଡାକ୍ତରଖାନା ଏବଂ ସରକାରୀ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଆର ଏସ୍‌ ରେଡ୍ଡୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଗତ ଅଗଷ୍ଟ ୪, ୨୦୨୦ରେ ଦେଇଥିବା ପୂର୍ବ ଆଦେଶକୁ ସଂଶୋଧନ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ବରିଷ୍ଠ ଆଡଭୋକେଟ୍‌ ଅଶ୍ୱନୀ କୁମାର ବ୍ୟକ୍ତିଗତ ଭାବେ ଆବେଦନ କରି କହିଥିଲେ ଯେ ଓଡିଶା ଏବଂ ପଞ୍ଜାବ ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ତାଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ପ୍ରଦାନ କରିନାହାଁନ୍ତି। ଏପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ନୂତନ ନିର୍ଦ୍ଦେଶ ଉପରେ ଜବାବ ଦାଖଲ ପାଇଁ ସମସ୍ତ ରାଜ୍ୟକୁ ତିନି ସପ୍ତାହ ସମୟ ପ୍ରଦାନ କରିଛନ୍ତି।

ଆଜିର ଶୁଣାଣି ସମୟରେ ଆଡଭୋକେଟ ଅଶ୍ୱିନୀ କୁମାର କହଥିଲେ ଯେ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟଗୁଡିକ ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (ଏସ୍‌ଓପି) ଜାରି କରିବା ଆବଶ୍ୟକ। ଏହି ପ୍ରସଙ୍ଗରେ କୋର୍ଟ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ସେ କହିଛନ୍ତି।

ଗତ ବର୍ଷ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଯେ ସମସ୍ତ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ନିୟମିତ ଭାବେ ପେନସନ୍‌ ଦିଆଯାଉ ଏବଂ କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟ ସେମାନଙ୍କୁ ଆବଶ୍ୟକୀୟ ଔଷଧ, ମାସ୍କ, ସାନିଟାଇଜର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe