photo credit- india today
ନୂଆଦିଲ୍ଲୀ : ଚିତ୍ରନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ହିନ୍ଦି ଚଳଚ୍ଚିତ୍ର ‘ପଦ୍ମାବତ୍’ ଉପରେ ରୋକ୍ ଲଗାଇବା ପାଇଁ କିମ୍ବା ଫିଲ୍ମଟିର ଶୁଭ ମୁକ୍ତି ବନ୍ଦ କରିବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ ବୋଲି ଗତ ୧୮ ତାରିଖରେ ସୁପ୍ରିମ୍କୋର୍ଟ ରାୟ ଯେଉଁ ରାଞ ଶୁଣାଇଥିଲେ ସେହି ରାୟର ପୁନର୍ବିଚାର କରିବାକୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଯେଉଁ ଆବେଦନ କରିଥିଲେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।ଏହା ସହିତ ଏହି ଚଳଚିତ୍ର ମୁକ୍ତି ସହିତ ଯେପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଲୋକମାନଙ୍କ ଭାବାବେଗ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଗମ୍ଭୀରତାର ସହ ବିଚାର କରି ମାନ୍ୟବର ଅଦାଲତ ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ ଘୋଷଣା କରିବାକୁ ଉଭୟ ରାଜ୍ୟର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାଜ୍ୟସରକାର ନିଜେ ସମସ୍ୟା ସୃଷ୍ଟି କରି ଚଳଚିତ୍ର ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରୁଛନ୍ତି।
/sambad/media/post_attachments/wp-content/uploads/2018/01/Supreme-Court_1-1-300x168.jpg)
ସୂଚନା ଥାଉ କି, ଆସନ୍ତା ୨୫ ତାରିଖରେ ସାରା ଦେଶରେ ‘ପଦ୍ମାବତ୍’ର ରିଲିଜ୍ କରାଇବା ପାଇଁ ଚିତ୍ରନିର୍ମାଣ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏହାକୁ ବିରୋଧ କରି ଶ୍ରୀ ରାଜପୁତ କର୍ଣ୍ଣି ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିିଛି। ସେହିପରି ଏହି ଫିଲ୍ମକୁ ନିଜ ରାଜ୍ୟରେ ରିଲିଜ୍ କରାଇ ଦେବେନି ବୋଲି ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ପୂର୍ବରୁ କରିଥିବା ଘୋଷଣାକୁ ମାନ୍ୟବର ସୁପ୍ରିମ୍କୋର୍ଟ ବେଆଇନ କହିବା ସହ ଫିଲ୍ମଟି ନିର୍ଦ୍ଧାରିତ ସମୟରେ ରିଲିଜ୍ କରିବ ବୋଲି ନିର୍ଦ୍ଦେଶ କରିିଥିଲେ। ଏପରିକି ରିଲିଜ୍ ସମୟରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବାଧ୍ୟ ବୋଲି ମଧ୍ୟ ଅଦାଲତ ଟିପ୍ପଣୀ କରିଥିଲେ। ତେବେ ଏହାକୁ ସିନେମା ହଲ୍ରେ ଚଳାଇ ନ ଦେବା ଲାଗି ନିଜ ଆଭିମୁଖ୍ୟରେ ଅଟଳ ରହିଥିବା ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଗତକାଲି ସୁପ୍ରିମ୍କୋର୍ଟରେ ସାନି ନିବେଦନ ଦାଖଲ କରଥିଲେ।।
Follow Us