ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ଯୋଡ଼ିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ବୁଥ୍‌ ଭିତରେ ମାରପିଟ୍, ପୁଲିସ ମୁତୟନ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ ସହ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ଯୋଡ଼ିବା ପ୍ରସଙ୍ଗରେ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବିଆର୍‌ ଗବାଇ ଓ ଜଷ୍ଟିସ୍‌ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ ଯେ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟର ଏକ ସମନ୍ଵିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାୟ ଶୁଣାଇ ସାରିଛନ୍ତି।

ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ମନା କରି ଦେଇ କହିଛନ୍ତି ଯେ ସମନ୍ଵିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ ସର୍ବସମତ୍ତ ମତ ନେଇ ସାରିଛନ୍ତି।

ଯେତେବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଏହି ପ୍ରସଙ୍ଗ ସ୍ୱଚ୍ଛତାର ଏବଂ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏଥିରେ କିଛି ସୁରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇସାରିଛନ୍ତି, ସେତେବେଳେ ଖଣ୍ଡପୀଠ କହିଥିଲେ, ଅନ୍ୟ ଏକ ଖଣ୍ଡପୀଠ ଦୁଇ ଦିନ ପୂର୍ବରୁ ଆଦେଶ ଦେଇସାରିଛନ୍ତି।

ଗତ ଏପ୍ରିଲ ୨୬ ତାରିଖରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଭିପାଟ୍‌ ସହିତ ଇଭିଏମ୍‌ ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ସମ୍ପୂର୍ଣ୍ଣ କ୍ରସ୍‌ ଭେରିଫିକେସନ୍‌ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଥିଲେ।

ଇଭିଏମ୍‌ରେ ହେରଫେର ହୋଇଥିବା ସନ୍ଦେହକୁ ଭିତ୍ତିହୀନ ବୋଲି ଦର୍ଶାଇ ଖଣ୍ଡପୀଠ ପୁରୁଣା କାଗଜ ବାଲଟ୍‌ ବ୍ୟବସ୍ଥାକୁ ଫେରାଇ ଆଣିବା ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ମତଦାନ ଉପକରଣ ସୁରକ୍ଷିତ ଏବଂ ବୁଥ୍‌ କ୍ୟାପ୍‌ଚରିଂ ଏବଂ ନକଲି ଭୋଟିଂକୁ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe