‘ନିଟ୍‌-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ ପାଇଁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

Advertisment
ନିଟ୍ ରିଗିଂ ସ୍କାମ୍: ୨୦ ଲକ୍ଷରେ ବିକ୍ରି ହେଉଥିଲା ମେଡିକାଲ ସିଟ୍

Image Courtesy of Republic World

ନୂଆଦିଲ୍ଲୀ: କିଛି ଶିକ୍ଷାର୍ଥୀଙ୍କ ପ୍ରତି ଦୃଷ୍ଟି ଦେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ହଜାର ହଜାର ଶିକ୍ଷାର୍ଥୀଙ୍କ ପାଇଁ ଅସୁବିଧାର କାରଣ ହେବେ ନାହିଁ କହି ଆଜି ସୁପ୍ରିମ୍‌ କୋର୍ଟ ‘ନିଟ୍‌-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ କରାଇବା ପାଇଁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି।

ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ପରୀକ୍ଷା ସ୍ଥଗିତିକରଣ ଗୋଳମାଳ ଓ ଅନିଶ୍ଚିତତା ସୃଷ୍ଟି କରିବା ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସୃଷ୍ଟି କରିବ।

ଶୁଣାଣି ବେଳେ ଅଦାଲତ କହିଥିଲେ ଯେ, ପରୀକ୍ଷା ସ୍ଥଗିତିକରଣ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥିବା ୨ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷାର୍ଥୀଙ୍କୁ ଅସୁବିଧାରେ ପକାଇବ।

publive-image Image Courtesy of DNA India

ଆମେ କେମିତି ଏହା କରିପାରିବୁ ବୋଲି ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ।

‘ନିଟ୍‌-ପିଜି ୨୦୨୧’ କାଉନ୍‌ସେଲିଙ୍ଗ୍‌ରେ ବିଳମ୍ବ ହୋଇଥିବା ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ବିଫଳ ହେବା ପରେ ଶୀର୍ଷ ଅଦାଲତରେ ଆବେଦନ କରାଯାଇଥିଲା।

ପରୀକ୍ଷାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ଲାଗି ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ (ଆଇଏମ୍‌ଏ) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟଙ୍କୁ ମଧ୍ୟ ଅନୁରୋଧ କରିଥିଲା। ମଣ୍ଡଭୀୟଙ୍କୁ ଲିଖିତ ପତ୍ରରେ ‘ଆଇଏମ୍‌ଏ’ କହିଥିଲା ଯେ, ‘ନିଟ୍‌-ପିଜି ୨୦୨୨’ ପରୀକ୍ଷା ତାରିଖ ଏବଂ ‘ନିଟ୍‌-ପିଜି ୨୦୨୧ କାଉନ୍‌ସେଲିଙ୍ଗ୍‌ ଶେଷ ମଧ୍ୟରେ ସମୟ ବ୍ୟବଧାନ ବହୁତ ସ୍ବଳ୍ପ ହୋଇଯାଉଛି। ଏତେ ସ୍ବଳ୍ପ ସମୟ ମଧ୍ୟରେ ଏଭଳି ‘ଅତ୍ୟନ୍ତ କଠିନ ପରୀକ୍ଷା’ ପାଇଁ ପ୍ରସ୍ତୁତି କରିବା ଲାଗି ଆଶାୟୀମାନେ ସମୟ ପାଇବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe