ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ: ସୁପ୍ରିମ୍‌ କୋର୍ଟ

Advertisment
ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ଯୌନବ୍ୟଭିଚାର ସଂକ୍ରାନ୍ତ ତଦନ୍ତକୁ ବନ୍ଦ କରାଇ ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ।

‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ ଉପରେ ମତାମତ ଦେବା ଏବଂ ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରିକୁ ସୁବ୍ୟବସ୍ଥିତ କରିବା ଲାଗି ଉଦ୍ୟମ ଭଳି ବିଭିନ୍ନ ନିଷ୍ପତ୍ତି ସହ ଏଭଳି ଷଡ଼ଯନ୍ତ୍ର ଜଡ଼ିତ ଥାଇପାରେ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ କମିଟିଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ସୁପ୍ରିମ୍‌ କୋର୍ଟ ଏ ଭଳି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ଗୋଗୋଇଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ବୃହତ୍ତର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ପୂର୍ବତନ ବିଚାପତି ଏ. କେ. ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ୨୦୧୯ରେ ଆଗତ ଏହି ଅଭିଯୋଗରେ ଷଡ଼ଯନ୍ତ୍ରର ସମ୍ଭାବନା ଥାଇପାରେ ବୋଲି ଆଇନଜୀବୀ ଉତ୍ସବ ବେନ୍‌ସ୍‌ କହିବା ପରେ ଏହି ତଦନ୍ତ ଆଦେଶ ଦିଆଯାଇଥିଲା।

publive-image News18

ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ବିଚାରପତି ପଟ୍ଟନାୟକଙ୍କ ରିପୋର୍ଟକୁ ସୁପ୍ରିମ୍‌ କୋର୍ଟ ସ୍ୱୀକାର କରିବା ସହ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କମିଟି ଇଲେକ୍‌କ୍ଟ୍ରୋନିକ୍‌ ରେକର୍ଡ ପାଇବାରେ ସମର୍ଥ ହୋଇ ନାହାନ୍ତି।

publive-image Image Courtesy of NDTV

ଏହି ମାମଲାକୁ ବନ୍ଦ କରି ସୁପ୍ରିମ୍‌ କୋର୍ଟ କହିଲେ, ପୂର୍ବତନ ବିଚାରପତିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରିବାକୁ ନୁହେଁ, ବିଚାରପତିମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଥିବା ସମ୍ଭାବନା ପ୍ରସଙ୍ଗରେ ତଦନ୍ତ କରିବାକୁ ଏହି କମିଟି ଗଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe