Image Courtesy of The New Indian Express
ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ନିୟୋଜିତ ସମସ୍ତ ମହିଳା ଅଫିସର୍ଙ୍କୁ ପର୍ମାନେଣ୍ଟ୍ କମିସନ୍ ବା ଅବସରଗ୍ରହଣ ବୟସଯାଏଁ ଚାକିରିରେ ରଖିବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ ଦେଇଛନ୍ତି। ସେନାବାହିନୀରେ ମହିଳା ଅଫିସର୍ଙ୍କୁ ତିନି ମାସ ମଧ୍ୟରେ ପର୍ମାନେଣ୍ଟ୍ କମିସନ୍ ଦେବା ପାଇଁ ସର୍ବୋଚ୍ଚ ଅଦାଲତ ଗତ ଫେବ୍ରୁଆରି ମାସ ୧୭ ତାରିଖରେ ଶୁଣାଇଥିବା ରାୟରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।
୨୦ ବର୍ଷିୟା ଚାକିରିରେ ୧୪ ବର୍ଷ ଅତିବାହିତ କରିଥିବା ବା ନ କରିଥିବା ସମସ୍ତ ସର୍ଟ ସର୍ଭିସ୍ କମିସନ୍ ମହିଳା ଅଧିକାରୀଙ୍କୁ ପର୍ମାନେଣ୍ଟ୍ କମିସନ୍ସ ବୋଲି ବିଚାର କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଥିଲେ।
Image Courtesy of Zee Newsଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। କେବଳ ଆନୁଷ୍ଠାନିକ ଆଦେଶନାମା ଜାରି ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ଜରିଆରେ କେନ୍ଦ୍ର ସରକାର କହିବା ପରେ ସୁପ୍ରିମ୍ କୋର୍ଟ ଆଜି ଏହି ଆଦେଶ ଜାରି କରିଛନ୍ତି। କୋଭିଡ୍-୧୯ ସଙ୍କଟ ଯୋଗୁଁ ଏହି ବ୍ୟବସ୍ଥା ପ୍ରବର୍ତ୍ତନ କରାଇବାକୁ କେନ୍ଦ୍ର ସରକାର ପୂର୍ବରୁ ଛଅ ମାସ ସମୟ ମାଗିଥିଲେ।
Follow Us