ଆଜି ସୁପ୍ରିମକୋର୍ଟରେ ଜରିମାନା ପୈଠ ନକରିଥିବା ଖଣି ଲିଜ୍‌ଧାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

Advertisment
ଆଜି ସୁପ୍ରିମକୋର୍ଟରେ ଜରିମାନା ପୈଠ ନକରିଥିବା ଖଣି ଲିଜ୍‌ଧାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟ ଅବଧିରେ ଜରିମାନା ପୈଠ ନକରିଥିବା ଖଣି ଲିଜ୍‌ଧାରୀ ଓ ଜରିମାନା ଦାଖଲ କରିନଥିବାରୁ ବନ୍ଦ ରହିଥିବା ଖଣିମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ଡିସେମ୍ବର ୩୧ ସୁଦ୍ଧା ଖଣି ଲିଜ୍‌ଧାରୀମାନଙ୍କ ପାଖରୁ ଜରିମାନା ବାବଦରେ ଯେଉଁ ଅର୍ଥରାଶି ଆଦାୟ କରାଯାଇଥିଲା ସେ ସମ୍ପର୍କରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ରାଜ୍ୟ ସରକାରଙ୍କ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁପ୍ରିମକୋର୍ଟ ଖଣି ଲିଜ୍‌ଧାରୀ ଓ ବନ୍ଦ ରହିଥିବା ଖଣି ପ୍ରସଙ୍ଗରେ ପରବର୍ତ୍ତୀ ପଦକ୍ଷେପ ଓ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଏହାବାଦ୍‌ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅର୍ଥ କିଭଳି ଆଦାୟ କରାଯାଇପାରିବ ସେନେଇ କୋର୍ଟଙ୍କ ନିକଟରେ କିଛି ପ୍ରସ୍ତାବ ମଧ୍ୟ ରଖିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe