ଅକ୍ସିଜେନ୍‌ ଓ ଅତ୍ୟାବଶ୍ୟକ ଔଷଧ ଯୋଗାଣ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଲେ ସୁପ୍ରିମ୍‌ କୋର୍ଟ

Advertisment
ଅକ୍ସିଜେନ୍‌ ଓ ଅତ୍ୟାବଶ୍ୟକ ଔଷଧ ଯୋଗାଣ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍‌-୧୯ ପ୍ରସ୍ତୁତି ସଂକ୍ରାନ୍ତରେ କେତେକ ହାଇକୋର୍ଟରେ ଚାଲିଥିବା ଶୁଣାଣି ବିଷୟରେ ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲା ଉପସ୍ଥାପନ କରି ଅକ୍ସିଜେନ୍‌ ଏବଂ ଔଷଧ ଭଳି କୋଭିଡ୍‌ ଚିକିତ୍ସା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ସବୁର ଯୋଗାଣ  ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଯୋଜନାର ସବିଶେଷ ବିବରଣୀ ସମେତ କୋଭିଡ୍‌ ପ୍ରସ୍ତୁତି ସମ୍ବନ୍ଧୀୟ ଏକ ‘ଜାତୀୟ ଯୋଜନା’ ମଧ୍ୟ ଦାଖଲ କରିବା ଲାଗି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

publive-image Image Courtesy of Money Control

ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଦିଲ୍ଲୀ, ବମ୍ବେ, ସିକିମ୍‌, କାଲ୍‌କାଟା ଏବଂ ଆହ୍ଲାବାଦ ସମେତ ଛଅଟି ହାଇକୋର୍ଟରେ ଚାଲିଥିବା କୋଭିଡ୍‌ ପ୍ରସ୍ତୁତି ସମ୍ବନ୍ଧୀୟ ଶୁଣାଣିକୁ ଦୃଷ୍ଟିକୁ ଆଣିଥିଲେ। ପ୍ରଧାନ ବିଚାରପତି କହିଲେ, ଏସବୁ ତଥ୍ୟାବଳୀ ଧାରାଚ୍ୟୁତ କରିବା ସହ ଗୋଳମାଳ ସୃଷ୍ଟି କରୁଛି।

ଖଣ୍ଡପୀଠ କହିଲେ ଯେ, କେତେକ ହାଇକୋର୍ଟରେ ଚାଲିଥିବା ମାମଲାଗୁଡ଼ିକୁ ସୁପ୍ରିମ୍‌ କୋର୍ଟ ନେଇ ଆସିବେ। କିନ୍ତୁ, ଏବେ ସମ୍ପୃକ୍ତ ହାଇକୋର୍ଟମାନଙ୍କରେ ଏହି ସବୁ ମାମଲାର ବିଚାର ଚାଲୁଥାଉ।

ପ୍ରଧାନ ବିଚାରପତି କହିଲେ ଯେ, ‘ଲକ୍‌ଡାଉନ୍‌’ ଜାରି କରିବାର ଅଧିକାର ରାଜ୍ୟଗୁଡ଼ିକ ଉପରେ ନ୍ୟସ୍ତ ହେବା ଉଚିତ। ଏ ସଂକ୍ରାନ୍ତରେ ଅଦାଲତ କିଛି କହିବା ଅନୁଚିତ।

ଏହି ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲାରେ ଭାରତର ପ୍ରଧାନ ବିଚାରପତି ବରିଷ୍ଠ ଓକିଲ ହରିଶ ସାଲ୍‌େଓ୍ଵଙ୍କୁ ‘ଆମିକସ୍‌ କ୍ୟୁରି’ ଭାବେ ନିଯୁକ୍ତ କରିବା ସହ ଶୁକ୍ରବାର ଦିନ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe