ନିର୍ଭୟା ମାମଲାର ଶୁଣାଣି କରିବା ବେଳେ କୋର୍ଟରୁମ୍‌ରେ ଅଚେତ ହୋଇପଡ଼ିଲେ ବିଚାରପତି

Advertisment
ନିର୍ଭୟା ମାମଲାର ଶୁଣାଣି କରିବା ବେଳେ କୋର୍ଟରୁମ୍‌ରେ ଅଚେତ ହୋଇପଡ଼ିଲେ ବିଚାରପତି

www.tv9bharatvarsh.com

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରୁ କରୁ ଅଦାଲତରେ ଅଚେତ ହୋଇପଡ଼ିଲେ ସୁପ୍ରି‌ମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ ଭାନୁମତୀ। ଦୋଷୀମାନଙ୍କୁ ପୃଥକ ଭାବେ ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରୁ କରୁ ଶୁକ୍ରବାର ହଠାତ୍ କୋର୍ଟରୁମ୍‌ରେ ସେ ଅଚେତ ହୋଇ ପଡ଼ିବା ପରେ ଉପସ୍ଥିତ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ।

ସେ କୋର୍ଟରୁମ୍‌ରେ ଅଚେତ ହୋଇପଡ଼ିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ତାଙ୍କ ଚାମ୍ବରକୁ ନିଆଯାଇଥିଲା। ସେଠାରୁ ପ୍ରାଥମିକ  ଚିକିତ୍ସା ପାଇଁ ହୁଇଲ୍‌‌ ଚେୟାର୍‌ରେ ବସାଇ ତାଙ୍କୁ କୋର୍ଟ  ହସ୍ପିଟାଲ୍‌କୁ ନିଆ ଯାଇଥିଲ। ଏହାପରେ  ଅନ୍ୟ ବିଚାରପତି ଓ ସୁପ୍ରିମ୍‌କୋର୍ଟର କର୍ମଚାରୀମାନେ ଜଷ୍ଟିସ ଭାନୁମତୀଙ୍କୁ ଚାମ୍ବରକୁ ଆଇ ତାଙ୍କର ଯତ୍ନ ନେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଅନ୍ୟ ସଦସ୍ୟ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା କହିଛନ୍ତି କି ଏହି ମାମଲାର ଶୁଣାଣି ତାଙ୍କର ଚାମ୍ବର୍‌ରେ  କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe