ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହା ହୃଦଘାତର ଶିକାର; ଏୟାର ଆମ୍ବୁଲାନ୍‌ସରେ ଅଣାଯାଉଛି ଦିଲ୍ଲୀ

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହା ହୃଦଘାତର ଶିକାର; ଏୟାର ଆମ୍ବୁଲାନ୍‌ସରେ ଅଣାଯାଉଛି ଦିଲ୍ଲୀ

Image Courtesy: Law Trend

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ଆର୍‌ ଶାହା ଆଜି ହିମାଚଳ ପ୍ରଦେଶରେ ହୃଦଘାତର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଦିଲ୍ଲୀ ଅଣାଯାଉଛି ବୋଲି ସୂତ୍ରରୁ ପ୍ରକାଶ।

ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଏ ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ କର୍ତ୍ତୃପକ୍ଷ ଗୃହ ମନ୍ତ୍ରାଳୟ ସହିତ ସମନ୍ଵୟ ରକ୍ଷା କରୁଛନ୍ତି। ଏବଂ ତାଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍‌ସ ଯୋଗେ ଦିଲ୍ଲୀ ଅଣାଯାଉଛି।

ଜଷ୍ଟିସ ଶାହା ହେଉଛନ୍ତି ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି। ସେ ଗୁଜୁରାଟ ହାଇକୋର୍ଟର ପୂର୍ବତନ ବିଚାରପତି ମଧ୍ୟ ଅଟନ୍ତି। ସେ ଆସନ୍ତା ମେ ୧୫,୨୦୨୩ରେ ଅବସର ଗ୍ରହଣ କରିଥାନ୍ତେ। ଗତ ନଭେମ୍ବର ୨, ୨୦୧୮ରେ ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟର ବିଚାରପତି ଭାବରେ ପଦୋନ୍ନତି ଦିଆ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe