ବିଲକିସ୍‌ ବାନୋଙ୍କ ଆବେଦନ ଉପରେ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରିକଲେ ସୁପ୍ରିମକୋର୍ଟ

ବିଲକିସ୍‌ ବାନୋଙ୍କ ଆବେଦନ ଉପରେ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରିକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ର ଗୋଧ୍ରା ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ଗୁଜରାଟ ସରକାର ଏବଂ ଅନ୍ୟମାନଙ୍କୁ ଜବାବ ମାଗିଛନ୍ତି।

ବାନୋ ଏହି ମାମଲାରେ ୧୧ ଜଣ ଦୋଷୀଙ୍କ ଦଣ୍ଡ ଛାଡ଼କୁ ଚାଲେଞ୍ଜ କରିଛନ୍ତି।

ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରି ସୁପ୍ରିମକୋର୍ଟର ବିଚିାରପତି ଜଷ୍ଟିସ୍‌ କେଏମ୍‌ ଜୋସେଫ୍‌ ଓ ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏଥିରେ ଅନେକ ପ୍ରସଙ୍ଗ ରହିଛି ଏବଂ ଏହି ମାମଲାର ବିସ୍ତୃତ ଶୁଣାଣି ହେବା ଆବଶ୍ୟକ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର, ଗୁଜରାଟ ସରକାର ଏବଂ ଦୋଷୀମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଉଭୟ ପକ୍ଷଙ୍କୁ କ୍ଷମା ପ୍ରଦାନ କରୁଥିବା ସମ୍ପୃକ୍ତ ଫାଇଲ୍‌ ସହ ପ୍ରସ୍ତୁତ ରହିବାକୁ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆଜି (ସୋମବାର)ର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାରେ ଭାବପ୍ରବଣତାରେ ପ୍ରଭାବିତ ହେବେ ନାହିଁ ଏବଂ କେବଳ ଆଇନ ଅନୁଯାୟୀ ଚାଲିବେ।

ଉଲ୍ଲେଖଯୋଗ୍ୟ, ଜାନୁଆରି ୪ ତାରିଖରେ ଜଷ୍ଟିସ୍‌ ଅଜୟ ରସ୍ତୋଗି ଏବଂ ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାନୋଙ୍କ ଆବେଦନ ଓ ଅନ୍ୟାନ୍ୟ ଆବେଦନର ଶୁଣାଣି କରିଥିଲେ। ତେବେ ଜଷ୍ଟିସ ତ୍ରିବେଦୀ କୌଣସି କାରଣ ନ ଦର୍ଶାଇ ମାମଲାର ଶୁଣାଣିରୁ ଓହରି ଯାଇଥିଲେ।

ଏହି ଜଘନ୍ୟ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ୧୧ ଜଣ ଦୋଷୀଙ୍କୁ ଦୋଷମୁକ୍ତ କରିବା ଘଟଣା ସମାଜର ବିବେକକୁ ଦୋହଲାଇ ଦେଇଛି ବୋଲି କହି ପୀଡ଼ିତା ବାନୋ ଗତ ବର୍ଷ ନଭେମ୍ବର ୩୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ଦୋଷୀଙ୍କୁ ମୁକ୍ତ କରିବାକୁ ଚାଲେଞ୍ଜ କରୁଥିବା ପିଟିସନ୍‌ ବ୍ୟତୀତ ଗଣଦୁଷ୍କର୍ମ ପୀଡ଼ିତା ଜଣେ ଦୋଷୀଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟଙ୍କ ୨୦୨୨ ମେ’ ୧୩ ତାରିଖ ଆଦେଶର ପୁନର୍ବିଚାର ପାଇଁ ଏକ ପୃଥକ ପିଟିସନ୍‌ ମଧ୍ୟ ଦାଖଲ କରିଥିଲେ। ଗତ ବର୍ଷ ଡିସେମ୍ବରରେ ରିଭ୍ୟୁ ପିଟିସନ ଖାରଜ ହୋଇଯାଇଥିଲା।

ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ୧୧ ଦୋଷୀଙ୍କୁ ଗୁଜରାଟ ସରକାର କ୍ଷମା ପ୍ରଦାନ କରିଥିଲେ ଏବଂ ଗତ ବର୍ଷ ଅଗଷ୍ଟ ୧୫ରେ ସେମାନଙ୍କୁ ମୁକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe