Supreme Court
ନୂଆଦିଲ୍ଲୀ : ପ୍ରୟାଗରାଜରେ ୨୦୨୧ରେ ହୋଇଥିବା ଏକ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଭଙ୍ଗା ଯାଇଥିବା ଘରଗୁଡ଼ିକର ପୁନଃନିର୍ମାଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି। ପ୍ରୟାଗରାଜରେ ଜଣେ ଓକିଲ, ଜଣେ ପ୍ରଫେସର ଏବଂ ଅନ୍ୟ ୩ ଜଣଙ୍କ ଘର ଭାଙ୍ଗିଦେଇଥିବାରୁ ବୁଧବାର ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏଭଳି କାର୍ଯ୍ୟ ଏକ ଆଶ୍ଚର୍ଯ୍ୟଜନକ ଓ ଭୁଲ୍ ସଙ୍କେତ ଦେଇଥାଏ। ବିଚାରପତି ଓକା କହିଛନ୍ତି, ଧାରା ୨୧ ନାମକ କିଛି ଅଛି। ଜଷ୍ଟିସ୍ ଓକା ନିକଟରେ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ମଧ୍ୟ ସୂଚାଇଥିଲେ ଯେଉଁଥିରେ ଉଚ୍ଛେଦ ପୂର୍ବରୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରାଯାଇଥିଲା।
ଜଷ୍ଟିସ୍ ଓକା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଅଦାଲତ ଏବେ ଭାଙ୍ଗି ଯାଇଥିବା ନିର୍ମାଣଗୁଡ଼ିକର ପୁନଃନିର୍ମାଣ ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବେ। ଜଷ୍ଟିସ ଓକା କହିଛନ୍ତି, ଆମେ ଏବେ ଆପଣଙ୍କ ଖର୍ଚ୍ଚରେ ପୁନଃନିର୍ମାଣ ଆଦେଶ ଦେବୁ, ଏହା ହିଁ ଏକମାତ୍ର ଉପାୟ। ଆହ୍ଲାବାଦ ହାଇକୋର୍ଟ ଉଚ୍ଛେଦ ବିରୋଧରେ କରିଥିବା ଆବେଦନଖାରଜ ହେବା ପରେ ଆବେଦନକାରୀ, ଆଇନଜୀବୀ ଜୁଲ୍ଫିକାର ହାଇଦର, ପ୍ରଫେସର ଅଲ୍ଲୀ ଅହମ୍ମଦ, ଦୁଇ ଜଣ ବିଧବା ଏବଂ ଅନ୍ୟ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Follow Us