India TV News
ନୂଆଦିଲ୍ଲୀ : ଘୃଣା ସୃଷ୍ଟିକାରୀ ଭାଷଣ ଘଟଣାକୁ ନେଇ ସୁପ୍ରିମକୋର୍ଟ ପୁଣି ଥରେ ଚିନ୍ତା ପ୍ରକଟ କରିଛନ୍ତି । ଧର୍ମକୁ ରାଜନୀତି ସହ ମିଶ୍ରଣ କରିବା ଘୃଣା ସୃଷ୍ଟିକାରୀ ଭାଷଣର ଉତ୍ସ ବୋଲି ବୁଧବାର ସୁପ୍ରିମ୍ କୋର୍ଟ କହିଛନ୍ତି। ରାଜନେତାମାନେ କ୍ଷମତା ପାଇଁ ଧର୍ମକୁ ବ୍ୟବହାର କରିବା ଚିନ୍ତାର ବିଷୟ ପାଲଟିଛନ୍ତି। ଏହି ଅସହିଷ୍ଣୁତା, ବୌଦ୍ଧିକ ଅଭାବ ଯୋଗୁଁ ଆମେ ବିଶ୍ୱର ଏକ ନମ୍ବର ହୋଇପାରିବା ନାହିଁ । ଯଦି ଆପଣ ସୁପର ପାୱାର ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଆଇନର ଶାସନ ଦରକାର ବୋଲି କହିଛନ୍ତି ଜଷ୍ଟିସ କେଏମ ଜୋସେଫ ଓ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ।
ଖଣ୍ଡପୀଠ କହିଛନ୍ତି ଯେ, ଘୃଣା ସୃଷ୍ଟିକାରୀ ଭାଷଣରୁ ମୁକ୍ତି ପାଇବାକୁ ହେଲେ ଧର୍ମକୁ ରାଜନୀତିରୁ ଅଲଗା କରିବାକୁ ପଡ଼ିବ। ଏବେ ଦେଶରେ ଥିବା ଭାଇଚାରାରେ ଫାଟ ସୃଷ୍ଟି ହୋଇଛି । ରାଜନୀତିକୁ ଧର୍ମଠାରୁ ଅଲଗା ନ କଲେ ଏହାକୁ ରୋକାଯାଇପାରିବ ନାହିଁ ।
'ପାକିସ୍ତାନ ପଳାଇଯାଅ' ଭଳି ବୟାନ ନିୟମିତ ଭାବେ ମର୍ଯ୍ୟାଦା ଉଲ୍ଲଂଘନ କରୁଛି। ଏବେ ଆମେ କେଉଁଠି ପହଞ୍ଚିଛୁ? ଏକଦା ନେହେରୁ, ବାଜପେୟୀଙ୍କ ଭଳି ବକ୍ତା ଥିଲେ, ଏବେ ଅନାବଶ୍ୟକ କଥା ଶୁଣିବାକୁ ଲୋକଙ୍କ ଭିଡ଼ ଜମିଛି । ସମାଜର ସଦସ୍ୟମାନଙ୍କୁ ଅପମାନିତ ନ କରିବାକୁ ଲୋକେ କାହିଁକି ଶପଥ ନେଇପାରିବେ ନାହିଁ? ରାଜ୍ୟଗୁଡ଼ିକ ନପୁଂସକ, ଶକ୍ତିହୀନ ହୋଇଯାଇଛନ୍ତି ଏବଂ ଠିକ୍ ସମୟରେ କାର୍ଯ୍ୟ କରୁନାହାନ୍ତି। ଯଦି ସେମାନେ ଚୁପ୍ ରହୁଛନ୍ତି, ତେବେ ସେମାନେ କାହିଁକି ଏକ ରାଜ୍ୟ ହେବେ?
Follow Us