Advertisment

ଖରାପ ରାସ୍ତା ସତ୍ତ୍ବେ ଟୋଲ ଟାକ୍ସ ସଂଗ୍ରହ କରାଯାଉଛି : ଏନଏଚଏଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Advertisment

ଏନଏଚଏଆଇ ଲୋକମାନଙ୍କଠାରୁ ଟୋଲ ଟିକସ ସଂଗ୍ରହ କରୁଛି କିନ୍ତୁ ତାହା ଅନୁଯାୟୀ ସେବା ପ୍ରଦାନ କରୁନାହିଁ । ଟୋଲ ଟିକସ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ଏକଥା ଖୋଦ ସୁପ୍ରିମକୋର୍ଟ କହିଛନ୍ତି । 

ଏନଏଚଏଆଇ ଲୋକମାନଙ୍କଠାରୁ ଟୋଲ ଟିକସ ସଂଗ୍ରହ କରୁଛି କିନ୍ତୁ ତାହା ଅନୁଯାୟୀ ସେବା ପ୍ରଦାନ କରୁନାହିଁ । ଟୋଲ ଟିକସ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ଏକଥା ଖୋଦ ସୁପ୍ରିମକୋର୍ଟ କହିଛନ୍ତି । 

toll

ନୂଆଦିଲ୍ଲୀ : ଦୁଇ ଘଣ୍ଟା ବର୍ଷା ହେଲେ ଦିଲ୍ଲୀ ଅଚଳ ହୋଇଯାଉଛି । ଲୋକମାନେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମରେ ଫସିରହୁଛନ୍ତି । ଏନଏଚଏଆଇ ଲୋକମାନଙ୍କଠାରୁ ଟୋଲ ଟିକସ ସଂଗ୍ରହ କରୁଛି କିନ୍ତୁ ତାହା ଅନୁଯାୟୀ ସେବା ପ୍ରଦାନ କରୁନାହିଁ । ଟୋଲ ଟିକସ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ଏକଥା ଖୋଦ ସୁପ୍ରିମକୋର୍ଟ କହିଛନ୍ତି । 

ଏନଏଚଏଆଇ ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଏକ ମାମଲାର ଶୁଣାଣି ସମୟରେ, ସେ କହିଛନ୍ତି ଯେ ଆପଣମାନେ (ଏନଏଚଏଆଇ) ଲୋକଙ୍କଠାରୁ ଟୋଲ୍ ନିଅନ୍ତି କିନ୍ତୁ ସେବା ପ୍ରଦାନ କରନ୍ତି ନାହିଁ। ଯଦି ଦିଲ୍ଲୀରେ ଦୁଇ ଘଣ୍ଟା ବର୍ଷା ହୁଏ, ତେବେ ସମଗ୍ର ସହର ଅଚଳ ହୋଇଯାଏ। ମୌସୁମୀ ଋତୁରେ ସମଗ୍ର ଉପକୂଳ ଅଞ୍ଚଳ ବହୁତ କଷ୍ଟକର ପରିସ୍ଥିତି ଦେଇ ଗତି କରେ। ଆମେ ସବୁକିଛି ବିଚାର କରିବୁ କହି କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

ମୂଳ ମାମଲାଟି କେରଳର । ଜାତୀୟ ରାଜପଥ-୫୪୪ରେ ଥିବା ୬୫ କିଲୋମିଟର ଲମ୍ବ ଏଡାପଲ୍ଲୀ-ମେନୁଥି ରାସ୍ତାର ଖରାପ ଅବସ୍ଥା ଯୋଗୁଁ, ତ୍ରିସୁର ଜିଲ୍ଲାର ପେଲିଏକ୍କାରା ଟୋଲ୍ ବୁଥ୍ ରେ ଟୋଲ୍ ଆଦାୟ ବନ୍ଦ କରିଦିଆଯାଇଥିଲା। କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରେମ ଏପରି କରାଯାଇଥିଲା । ପରେ ଏହି ରାୟକୁ ବିରୋଧ କରି ଏନଏଚଏଆଇ ଓ ଗୁରୁବାୟୁର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe