କେରଳ ବନ୍ୟା : ମୁଲାପେରିୟାର ଜଳଭଣ୍ଡାରର ଜଳସ୍ତର ୧୩୯ ଫୁଟ ରଖିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କେରଳ ବନ୍ୟା : ମୁଲାପେରିୟାର ଜଳଭଣ୍ଡାରର ଜଳସ୍ତର ୧୩୯ ଫୁଟ ରଖିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Scroll.in

ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ମୁଲାପେରିୟାର୍‌ ଜଳଭଣ୍ଡାରର ଜଳ ସ୍ତର ୧୩୯ ଫୁଟ୍‌ ମଧ୍ୟରେ ରଖିବାକୁ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି କେରଳ ସରକାର ଅଭିଯୋଗ କରିଥିଲେ କି ମୁଲାପେରିୟାର ଜଳଭଣ୍ଡାରରୁ ତାମିଲନାଡୁ ସରକାର ହଠାତ୍‌ ଜଳନିଷ୍କାସନ କରିଦେବାରୁ ଏପରି ପ୍ରଳୟଙ୍କାରୀ ବନ୍ୟା ଦେଖାଯାଇଛି। ଏହି ମମଲାର ବିଚାର କରି ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ତାମିଲନାଡୁ ସରରକାରଙ୍କୁ ମୁଲାପେରିୟାର ଜଳଭଣ୍ଡାର ଜଳସ୍ତର ୧୩୯ ଫୁଟ୍‌ ରଖିବାକୁ ନିର୍ଦ୍ଦେଶ ଦେବା ସହ କହିଥିଲେ କି ଦୁଇ ରାଜ୍ୟ ମଧ୍ୟରେ ଉପୁଜିଥିବା ବିବାଦକୁ ଆମେ ବିଚାର ପରିସରଭୁକ୍ତ କରୁ ନାହିଁ। ଆମେ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦେଉଛୁ। ଆମେ କେବଳ, ଲୋକଙ୍କର ଜୀବନ ରକ୍ଷା ଓ ସୁରକ୍ଷିତ ବସବାସକୁ ପ୍ରାଧାନ୍ୟ ଦେଉଛୁ।

publive-image thehindu.com

ଅଗଷ୍ଟ ୧୭ ତାରିଖ ଦିନ ସୁପ୍ରିମକୋର୍ଟର ଜାତୀୟ ସଂକଟ ପରିଚାଳନା କମିଟି ଏବଂ ବିପର୍ଯ୍ୟୟ ପରିଚାଳନା ସବ୍‌-କମିଟିକୁ ମୁଲାପେରିୟାର ଜଳଭଣ୍ଡାରର ଜଳପତ୍ତନ ୧୪୨ ଫୁଟ୍‌ରେ ପହଞ୍ଚବା ପରେ ଏହାକୁ ୧୩୯ ଫୁଟ୍‌ ମଧ୍ୟରେ ସୀମିତ ରଖାଯିବା ପ୍ରସଙ୍ଗରେ ନୋଟିସ୍‌ କରିଥିଲେ। କେରଳ ବନ୍ୟା ମନୁଷ୍ୟକୃତ ବୋଲି ଅଭିଯୋଗ ଆସିବା ପରେ କେରଳ ସରକାର ତାମିଲନାଡୁ ଉପରେ ଦୋଷାରୋପ କରିଥିଲେ।

ଉଲ୍ଲେଖଯୋଗ୍ୟ କି ମୁଲାପେରିୟାର୍‌ ଜଳଭଣ୍ଡାର ପେରିୟାର ନଦୀରେ ନିର୍ମାଣ କରାଯାଇଛି। ଏହା କେରଳର ଇଡୁକି ଜିଲ୍ଲାକୁ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe