କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ରୀୟ ବିଦ୍ୟାଳୟରେ କାହିଁକି ପ୍ରାର୍ଥନା ବୋଲା ଯାଉଛି

Advertisment
କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ରୀୟ ବିଦ୍ୟାଳୟରେ କାହିଁକି ପ୍ରାର୍ଥନା ବୋଲା ଯାଉଛି

ନୂଆଦିଲ୍ଲୀ: ରାଷ୍ଟ୍ରାୟାତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ‘ହିନ୍ଦୁ’ ପ୍ରାର୍ଥନା ବୋଲା ଯାଉଥିବା ସର୍ମ୍ପକରେ ପ୍ରଶ୍ନ କରି ସୁପ୍ରିମ୍‌ କୋର୍ଟ ବୁଧବାର ଦିନ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି।

ସରକାରୀ ଅନୁଦାନପ୍ରାପ୍ତ କୌଣସି ବିଦ୍ୟାଳୟ କୌଣସି ଧର୍ମର ପ୍ରଚାର କରିବା ଅନୁଚିତ ହୋଇ ଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟରେ କାହିଁକି ପ୍ରାର୍ଥନା ବୋଲାଯିବାକୁ ଅନୁମତି ଦିଆ ଯାଇଛି ବୋଲି ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ଯାଇ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ଭଳି ପ୍ରଶ୍ନ ପଚାରିଛନ୍ତି। ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ଅଛି ଯେ, କେନ୍ଦ୍ରୀୟ ବିଦ୍ୟାୟଳ ହିନ୍ଦୁ ଧର୍ମର ପ୍ରଚାର କରୁଛି। ଏହି ବିଦ୍ୟାଳୟ ସରକାରଙ୍କ ଦ୍ୱାରା ପରିଚାଳି ହେଉଥିବାରୁ ସେଠାରେ ପ୍ରାର୍ଥନା ବୋଲିବାକୁ ଅନୁମତି ଦିଆ ନ ଯିବା ଉଚିତ।

୨୦୧୫ ଗଣନା ଅନୁସାରେ ଭାରତରେ ସମୁଦାୟ ୧୧୨୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ବୋର୍ଡ ରହିଛି। ଏହି ସବୁ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe