ଏମଏଲସି ନିର୍ବାଚନ ପାଇଁ ଜେଲରେ ଥିବା ମନ୍ତ୍ରୀ ମଲିକ ଓ ଦେଶମୁଖଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

Advertisment
ଏମଏଲସି ନିର୍ବାଚନ ପାଇଁ ଜେଲରେ ଥିବା ମନ୍ତ୍ରୀ ମଲିକ ଓ ଦେଶମୁଖଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ (ଏମଏଲସି)ରେ ଭୋଟ୍‌ ଦେବା ପାଇଁ ଜେଲରେ ଥିବା ଏନସିପି ନେତା ନଓ୍ଵାବ ମଲିକ ଏବଂ ଅନିଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ଜୁନ୍‌ ୧୭ରେ ବମ୍ବେ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ଆଦେଶ ବିରୋଧରେ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ସ୍ୱତନ୍ତ୍ର ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ରିଲିଫ୍‌ ଦେବାକୁ ମନା କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ଏନ୍‌ସିପି ବିଧାୟକ ତଥା ମନ୍ତ୍ରୀ ନଓ୍ଵାବ ମଲିକ ଏବଂ ଅନିଲ ଦେଶମୁଖ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ଜେଲରୁ ଅସ୍ଥାୟୀ ମୁକ୍ତି ମାଗି ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଅବସରକାଳୀନ ଖଣ୍ଡପୀଠ ଆଗତ ଆବେଦନକୁ ଖାରଜ କରିଦେଇଛନ୍ତି। ଜୁନ୍‌ ୧୭ରେ ବମ୍ବେ ହାଇକୋର୍ଟ ଏନସିପି ନେତାଙ୍କ ଭୋଟ୍‌ ଦେବା ପାଇଁ ଅସ୍ଥାୟୀ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଭୋଟ୍‌ ଦେବାର ସାମ୍ବିଧାନିକ ଅଧିକାର ଚୂଡ଼ାନ୍ତ ବା ସମ୍ପୂର୍ଣ୍ଣ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe