ନୂପୁର ଶର୍ମାଙ୍କ ଗିରଫ ଦାବିରେ ଆଗତ ମାମଲାକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ନୂପୁର ଶର୍ମାଙ୍କ ଗିରଫ ଦାବିରେ ଆଗତ ମାମଲାକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅପମାନଜନକ ବିବୃତି ଏବଂ ମୁସଲମାନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଏକ ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଦେବା ସହ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଳିତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଆବେଦନକାରୀ ଆଡଭୋକେଟ୍‌ ଅବୁ ସୋହେଲଙ୍କୁ କହିଛନ୍ତି ଯେ ତାଙ୍କ ଆବେଦନ ନିରାପଦ ଦେଖାଯାଉଛି। କିନ୍ତୁ ଏହାର ସୁଦୂର ପ୍ରସାରୀ ପରିଣାମ ରହିଛି। ଖଣ୍ଡପୀଠଙ୍କ ଏ ମନ୍ତବ୍ୟ ପରେ ସୋହେଲ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଥିଲେ।

ଅଭିଯୋଗ ସତ୍ତ୍ୱେ ପୁଲିସ ପକ୍ଷରୁ ଶର୍ମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ଓକିଲ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଥିଲେ।

ଆବେଦନରେ କୁହାଯାଇଥିଲା ଯେ ଶର୍ମା ପ୍ରଫେଟ ମହମ୍ମଦ ଏବଂ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି।  ତେଣୁ ଏହି ଘଟଣାର ସ୍ୱାଧୀନ, ବିଶ୍ୱସନୀୟ ଏବଂ ନିରପେକ୍ଷ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଆବେଦନରେ ଶର୍ମାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି କୁହାଯାଇଥିଲା ଯେ ତାଙ୍କ ବିବୃତି ସମ୍ବିଧାନର ଧାରା ୧୪, ୧୫, ୨୧, ୨୬ ଓ ୨୯ ଏବଂ ଅନ୍ୟାନ୍ୟ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe