ଜାତିଗତ ଜନଗଣନା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ଦେଶ- ବିଦେଶ :ପଛୁଆ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସାମାଜିକ-ଅର୍ଥନୈତିକ ଜାତିଗତ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।

supreme court1

ନୂଆଦିଲ୍ଲୀ: ପଛୁଆ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସାମାଜିକ-ଅର୍ଥନୈତିକ ଜାତିଗତ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଏହି ପ୍ରସଙ୍ଗ ସରକାରଙ୍କ ଅଧୀନରେ ଆସୁଛି।

ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ପି. ପ୍ରସାଦ ନାଇଡୁଙ୍କୁ ଜାତିଗତ ଜନଗଣନାକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ଥିବା ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରବିଶଙ୍କର ଜାଣ୍ଡିଆଲା ଓ ଆଇନଜୀବୀ ଶ୍ରବଣ କୁମାର କରନମଙ୍କୁ ପଚାରିଥିଲେ, ଏଥିରେ କ'ଣ କରାଯାଇପାରିବ? ଏହି ପ୍ରସଙ୍ଗ ସରକାରଙ୍କ ଅଧୀନରେ ରହିଛି। ଏହା ଏକ ନୀତିଗତ ପ୍ରସଙ୍ଗ ବୋଲି ଖଣ୍ଡପୀଠ କହିଛନ୍ତି। '

ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ପି. ପ୍ରସାଦ ନାଇଡୁଙ୍କୁ ଜାତିଗତ ଜନଗଣନା ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଥିବା ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

୧୯୯୨ ମସିହାର ଇନ୍ଦ୍ରା ସାହାଣୀ ରାୟ (ମଣ୍ଡଳ କମିଶନଙ୍କ ରାୟ)ରେ କୁହାଯାଇଥିଲା ଯେ ଏହି ଜନଗଣନା ସମୟକ୍ରମେ କରାଯିବା ଉଚିତ। ଏହି ମାମଲାରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ତାଙ୍କୁ କହିଥିଲେ ଯେ ସେମାନେ ଆବେଦନକୁ ଖାରଜ କରୁଛନ୍ତି।

ଜାତିଗତ ଜନଗଣନା ସଂର୍କରେ ସୁପ୍ରିମ କୋର୍ଟଙ୍କ ଆଭିମୁଖ୍ୟକୁ ଅନୁଭବ କରି ଓକିଲ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ମାଗିଥିଲେ, ଯାହାକୁ ଖଣ୍ଡପୀଠ ମଞ୍ଜୁର କରିଥିଲେ।

ସୂଚନାଯୋଗ୍ୟ ଯେ ଦେଶରେ ଜାତିଗତ ଜନଗଣନା ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଆଉ କେତେକ ବିରୋଧୀ ଦଳ ଦାବି କରିଆସୁଛନ୍ତି । ଏପରିକି ଏନଡିଏର ଏକ ପ୍ରମୁଖ ସହଯୋଗୀ ଜେଡିୟୁ ମଧ୍ୟ ଏହାର ସମର୍ଥନରେ ଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe