କର୍ଣ୍ଣାଟକ ହିଜାବ୍‌ ମାମଲାର ଜରୁରୀ ଶୁଣାଣି ପାଇଁ ଅଗ୍ରାହ୍ୟ କରିଦେଲେ ସୁପ୍ରିମ୍‌ କୋର୍ଟ

କର୍ଣ୍ଣାଟକ ହିଜାବ୍‌ ମାମଲାର ଜରୁରୀ ଶୁଣାଣି ପାଇଁ ଅଗ୍ରାହ୍ୟ କରିଦେଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ମାମଲାରେ କରାଯାଇଥିବା ଆବେଦନର ଜରୁରୀ ଶୁଣାଣି ତାରିଖ ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ସମୟକ୍ରମେ ଏହି ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଦେବଦତ୍ତ କାମାତ ହାଜର ହୋଇ କହିଥିଲେ, ମାମଲାଟି ଜରୁରୀ। କାରଣ, ପରୀକ୍ଷା ପାଖେଇ ଆସିଲାଣି। ୨୮ ତାରିଖରେ ପରୀକ୍ଷା। ହିଜାବ୍‌ ପିନ୍ଧି ଶ୍ରେଣୀ ଗୃହକୁ ଯିବା ପାଇଁ ଅନୁମତି ଦିଆ ନ ଗଲେ ଶିକ୍ଷାର୍ଥୀମାନଙ୍କର ବର୍ଷଟିଏ ନଷ୍ଟ ହୋଇଯିବ।

ଏ କଥା ଶୁଣି ଭାରତର ପ୍ରଧାନ ବିଚାରପତି କହିଲେ, ଏ ମାମଲାର ପରୀକ୍ଷା ସହିତ କିଛି ସମ୍ପର୍କ ନାହିଁ।

publive-image Image Courtesy of DNA India

ଉଲ୍ଲେଖଯୋଗ୍ୟ, ହିଜାବ୍‌ ପରିଧାନ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଥିବା ରାୟକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ସାନି ମାମଲା ଫାଇଲ୍‌ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି ଜରୁଣୀ ତାରିଖ ଦେବେ ବୋଲି ଆଶା କରାଯାଉଥିଲା।

ଶ୍ରେଣୀଗୃହରେ ହିଜାବ୍‌ ପିନ୍ଧିବା ଲାଗି ଅନୁମତି ଦେବାକୁ କରାଯାଇଥିବା ଆବେଦନ ଉପରେ ରାୟ ଶୁଣାଇ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ, ହିଜାବ୍‌ ଇସ୍‌ଲାମୀୟ ବିଶ୍ବାସରେ ଥିବା ଜରୁରୀ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ।

ସୂଚନାଯୋଗ୍ୟ, ଏହି ମାମଲାରେ ରାୟ ଶୁଣାଇଥିବାରୁ ହତ୍ୟା ଧମକ ପାଇଛନ୍ତି ବୋଲି ଅଭିଯୋଗ କରିବା ପରେ, କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ତି, ବିଚାରପତି କୃଷ୍ଣ ଦୀକ୍ଷିତ ଏବଂ କାଜି ଏମ୍‌. ଜୈବୁନ୍ନିସାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe