ବିଲ କିସ୍ ମାମଲାରେ ଗୁଜରାଟ ସରକାରଙ୍କ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ବିଲ୍ କିସ୍ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ସଂକ୍ରାନ୍ତ ଆଦେଶରେ ଦିଆଯାଇଥିବା ମନ୍ତବ୍ୟକୁ ହଟାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏ ନେଇ ଗୁଜରାଟ ସରକାର କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । 

rewqre

ନୂଆଦିଲ୍ଲୀ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ବଡ଼ ଝଟକା ଲାଗିଛି। ବିଲ୍ କିସ୍ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ସଂକ୍ରାନ୍ତ ଆଦେଶରେ ଦିଆଯାଇଥିବା ମନ୍ତବ୍ୟକୁ ହଟାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏ ନେଇ ଗୁଜରାଟ ସରକାର କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । 

୨୦୦୨ ଦଙ୍ଗା ସମୟରେ ହୋଇଥିବା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାର ୧୧ ଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗତ ବର୍ଷ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ଏହି ରାୟରେ କୋର୍ଟ ଗୁଜରାଟ ସରକାରଙ୍କ ବିରୋଧରେ କେତେକ ମନ୍ତବ୍ୟ ଦେଇଥିଲେ । ସେସବୁ ମନ୍ତବ୍ୟ ଅନାବଶ୍ୟକ ବୋଲି ଦର୍ଶାଇ ସେଗୁଡ଼ିକର ପୁନର୍ବିଚାର କରିବାକୁ ଗୁଜରାଟ ସରକାର ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଗୁଜରାଟ ସରକାରଙ୍କ ଆବେଦନରେ ଦର୍ଶାଯାଇଥିଲା ଯେ ସୁପ୍ରିମ୍ କୋର୍ଟ ତାଙ୍କ ଆଦେଶରେ କଠୋର ମନ୍ତବ୍ୟ ଦେଇ କହିଛନ୍ତି ଯେ ଗୁଜରାଟ 'ଅଭିଯୁକ୍ତଙ୍କ ସହ ମିଶିଛି ଏବଂ ଅନ୍ୟାୟକାରୀଙ୍କ ସହ ବୁଝାମଣା କରିଛି'। ପିଟିସନରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ଅଦାଲତଙ୍କ ମନ୍ତବ୍ୟ କେବଳ ଅନୁପଯୁକ୍ତ ନଥିଲା ବରଂ ମାମଲାର ରେକର୍ଡ ବିରୁଦ୍ଧରେ ଥିଲା, ବରଂ ଆବେଦନକାରୀ - ଗୁଜରାଟ ସରକାରଙ୍କ ପ୍ରତି ମଧ୍ୟ ପକ୍ଷପାତିତା କରୁଛି। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe