ଠାକୁର ଅନୁକୂଳଚନ୍ଦ୍ରଙ୍କୁ ପରମାତ୍ମା ଘୋଷଣା ସଂପର୍କିତ ଜନସ୍ବାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

Advertisment
ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ପରମାତ୍ମା ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହା ସହିତ ଆବେଦକଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।

ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ଦେଶ ଏବଂ ଦେଶର ନାଗରିକମାନେ ନିଜର ଇଚ୍ଛା ଅନୁଯାୟୀ ଧର୍ମ ବିଶ୍ବାସ ରଖିପାରିବେ ବା ଅନୁସରଣ କରିପାରିବେ ।

ଜଷ୍ଟିସ ଏମଆର ଶାହା ଏବଂ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଖାରଜ କରିବା ସହ ଆବେଦକ ଉପେନ୍ଦ୍ର ନାଥ ଦଳେଇଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।  ୪ ସପ୍ତାହ ମଧ୍ୟରେ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ଏପରି ଏକ ପିଆଇଏଲ ଫାଇଲ କରିଥିବାରୁ କୋର୍ଟ ଭୀଷଣ ବିରକ୍ତ ହେବା ସହ ତାହାକୁ ପ୍ରଚାର ଉଦ୍ଦେଶ୍ୟରେ କରାଯାଇଛି ବୋଲି କହିଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ତୁମେ ତାଙ୍କୁ ଇଶ୍ବର ମାନିବାକୁ ଚାହୁଁଛ, ତାହା କରିପାରିବ, କିନ୍ତୁ ଅନ୍ୟମାନଙ୍କ ଉପରେ ଲଦିପାରିବ ନାହିଁ । ଏହି ଦେଶର ସମସ୍ତଙ୍କୁ ନିଜ ଇଚ୍ଛା ଅନୁସାରେ ଧର୍ମ ଅନୁସରଣ କରିବାର ଅଧିକାର ରହିଛି । ସମସ୍ତେ କାହିଁକି ତୁମ ଗୁରୁଜୀଙ୍କୁ ମାନିବାକୁ ବାଧ୍ୟ ହେବେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe