ସମ୍ବିଧାନରୁ ହଟିବ ନାହିଁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ

Advertisment

ସମ୍ବିଧାନର ପ୍ରସ୍ତାବନାରୁ 'ଧର୍ମନିରପେକ୍ଷ' ଓ 'ସମାଜବାଦୀ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି।

Updated On

ଅଦ୍ୟତନ ହୋଇଛି
constitution

ନୂଆଦିଲ୍ଲୀ: ସମ୍ବିଧାନର ପ୍ରସ୍ତାବନାରୁ 'ଧର୍ମନିରପେକ୍ଷ' ଓ 'ସମାଜବାଦୀ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଭାରତୀୟ ପରିପ୍ରେକ୍ଷୀରେ ସମାଜବାଦୀ ହେବାର ଅର୍ଥ କେବଳ ଏକ କଲ୍ୟାଣକାରୀ ରାଷ୍ଟ୍ର।

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କହିଛନ୍ତି ଯେ ସଂସଦର ସଂଶୋଧନ କ୍ଷମତା ପ୍ରସ୍ତାବନା ପର୍ଯ୍ୟନ୍ତ ବି ରହିଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରସ୍ତାବନା ଗୃହୀତ ହେବାର ତାରିଖ ପ୍ରସ୍ତାବନାରେ ସଂଶୋଧନ ପାଇଁ ସଂସଦର କ୍ଷମତାକୁ ସୀମିତ କରେ ନାହିଁ। ଏହାକୁ ଆଧାର କରି କୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି। ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ବଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଏହି ମାମଲାରେ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe