ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ତାଙ୍କ ପରିବାରର ସଦସ୍ୟମାନେ ଆୟର ସୂତ୍ର ଘୋଷଣା କରନ୍ତୁ: ସୁପ୍ରିମ୍‌ କୋର୍ଟ

Advertisment
ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ତାଙ୍କ ପରିବାରର ସଦସ୍ୟମାନେ ଆୟର ସୂତ୍ର ଘୋଷଣା କରନ୍ତୁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ନିଜର ଆୟର ସୂତ୍ର ଦର୍ଶାଇବା ସହ ପତି/ପତ୍ନୀ ଓ ପିଲାମାନଙ୍କର ଆୟର ସୂତ୍ର ଦର୍ଶାଇବେ।

ଜଷ୍ଟିସ୍‌ ଚେଲାମେଶ୍ୱର ଏବଂ ଜଷ୍ଟିସ୍‌ ଏସ୍‌ ଅବ୍ଦୁଲ୍‌ ନାଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରି ଏ କଥା କହିଛନ୍ତି। ଦୁର୍ନୀତି ବିରୋଧରେ ସଂଗ୍ରାମ ଚଳାଇ ଥିବା ଲୋକ ପ୍ରହରୀ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହି ପିଟିସନ୍‌ ଦାଏର କରିଥିଲା।

ସାମ୍ପ୍ରତିକ ଆଇନ ଅନୁସାରେ, ପ୍ରାର୍ଥୀପତ୍ର ଦାଖଲ କରିବାବେଳେ ଫର୍ମ ୨୬ରେ ଜଣେ ପ୍ରାର୍ଥୀ ନିଜ ସମ୍ପତ୍ତିର ପୂର୍ଣ୍ଣ ବିବରଣୀ ଦେବା ସହ ପତ୍ନୀ ଓ ତିନି ଜଣ ନିର୍ଭରଶୀଳ ବ୍ୟକ୍ତିଙ୍କର ସମ୍ପତ୍ତିର ବିବରଣୀ ଉଲ୍ଲେଖ କରିବେ, କିନ୍ତୁ ଆୟର ସୂତ୍ର ନୁହେଁ।

ଲୋକମାନଙ୍କ ପ୍ରତିନିଧି ଆଇନକୁ ସଂଶୋଧନ କରି ପ୍ରାର୍ଥୀମାନଙ୍କର ଆୟର ସୂତ୍ର ଏବଂ ସେମାନଙ୍କର ପରିବାରର ସଦସ୍ୟମାନଙ୍କର ଆୟର ସୂତ୍ର ଜଣାଇବା ବାଧ୍ୟତାମୂଳକ କରିବାକୁ ଲୋକ ପ୍ରହରୀ ଅଦାଲତଙ୍କ ନିର୍ଦେଶ ଚାହୁଁଥିଲା।

ଜାନୁଆରି ମାସରେ ନିର୍ବାଚନ କମିସନ ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲା କି, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀଙ୍କ ସହ ସେମାନଙ୍କ ପତି/ପତ୍ନୀ ଓ ପରିବାର ଅନ୍ୟ ସଦସ୍ୟମାନଙ୍କ ଆୟର ସୂତ୍ର ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe