News18
ନୂଆଦିଲ୍ଲୀ: ସଂପ୍ରତି ସୂଚନା ଅଧିକାର ଆଇନ୍ (ଆର୍ଟିଆଇ) ବଳରେ ପ୍ରାପ୍ତ ହେଉଥିବା ତଥ୍ୟ ଓ ଦଲିଲ୍କୁ ଅସ୍ତ୍ର କରି କିଛି ବ୍ୟକ୍ତି ଏହାକୁ ‘ବ୍ଲାକ୍ମେଲିଂ’ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଘଟଣାରେ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େ। ସୂଚନା ଅଧିକାର ଆଇନ୍ରେ ଏହାକୁ ଏକ ‘ଠିକଣା’ ଭାବେ ବ୍ୟବହାର କରିବା ପାଇଁ କୌଣସି ପ୍ରାବଧାନ ନଥିବା ବେଳେ ଏବେ କିଛି ବ୍ୟକ୍ତି ନିଜକୁ ‘ସୂଚନା ଅଧିକାର କର୍ମୀ’ ବୋଲାଇ ଏହାକୁ ଏକ ପୂର୍ଣ୍ଣକାଳୀନ ପେଶା ଭାବରେ ଗ୍ରହଣ କରି ନେଇଛନ୍ତି। ଏବଂ ଏହି ଆଇନ୍ର ଦୁର୍ବବ୍ୟହାର କରି ଏହାକୁ ବ୍ଲାକ୍ମେଲିଂ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି।
News Nationଏହା ଅତ୍ୟନ୍ତ ନିନ୍ଦନୀୟ। ସ୍ୱଚ୍ଛତା ଆଇନ୍ର ସୁଯୋଗ ନେଇ ଆଇନ୍ର ଏପ୍ରକାରର ଦୁର୍ବବ୍ୟହାରକୁ ରୋକିବା ପାଇଁ ଏବେ ବ୍ୟବସ୍ଥା ରଖିବାକୁ ପଡ଼ିବ ବୋଲି ଆଜି ଏକ ମାମଲାର ବିଚାର କାଳରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ବି ଆର୍ ଗଭାଇ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି। ଏଥିସହ ଯେଉଁମାନେ ନିଜକୁ ‘ସୂଚନା ଅଧିକାର କର୍ମୀ’ ବୋଲାଇ ନିଜ ନାମ ଉଲ୍ଲେଖ ରଖି ‘ଲେଟର ହେଡ୍’ ଛାପୁଛନ୍ତି ତାହା ମଧ୍ୟ ଏକ ଅପରାଧ। ଏପରି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ୫୦୬ ଦଫାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଥିବା କହିଛନ୍ତି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ।
Follow Us