ଧର୍ମ ସଂସଦରେ ଘୃଣା ଭାଷଣ: ସୁପ୍ରିମ୍‌ କୋର୍ଟ ମାଗିଲେ ଷ୍ଟାଟସ ରିପୋର୍ଟ

Advertisment
ଧର୍ମ ସଂସଦରେ ଘୃଣା ଭାଷଣ: ସୁପ୍ରିମ୍‌ କୋର୍ଟ ମାଗିଲେ ଷ୍ଟାଟସ ରିପୋର୍ଟ

Image Courtsy: News Byte

ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା ଘୃଣା ଭାଷଣ ସମ୍ପର୍କରେ ଚାରିଟି ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ପଞ୍ଜୀକୃତ ହୋଇଛି ବୋଲି ଉତ୍ତରାଖଣ୍ଡ ରାଜ୍ୟ ସରକାର କହିବା ପରେ ବୁଧବାର ସୁପ୍ରିମ କୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ଅପ୍ରେଲ ୨୨ ସୁଦ୍ଧା ଏକ ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଧର୍ମ ସଂସଦରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଘଟଣାର ଏସଆଇଟି ଦ୍ୱାରା ‘ସ୍ୱାଧୀନ, ବିଶ୍ୱସନୀୟ ଏବଂ ନିରପେକ୍ଷ ଅନୁସନ୍ଧାନ’ ପାଇଁ ନିର୍ଦ୍ଦେଶ ମାଗିଥିବା ସାମ୍ବାଦିକ କୁର୍ବାନ୍‌ ଅଲି ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୀର୍ଷ ଅଦାଲତ ଆଜି ଶୁଣାଣି କରିଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଜଷ୍ଟିସ ଏ ଏସ ଓକାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

publive-image Image Courtsy: Live Law

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୨ରେ ଶୀର୍ଷ ଅଦାଲତ ଏହି ଆବେଦନ ଉପରେ ବିଜ୍ଞପ୍ତି ଜାରି କରି ଏହି ମାମଲାରେ ଅଭିଯୋଗ ଆଗତ ହୋଇଥିବା ଲୋକଙ୍କ ବିରୋଧରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୁଧବାର ଶୁଣାଣି ସମୟରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ସମୟ ମାଗିଥିଲେ। ସେ ଅଦାଲତଙ୍କୁ କହିଥିଲେ ଯେ ଆମେ ଚାରିଟି ଏଫଆଇଆର ପଞ୍ଜିକରଣ କରିଛୁ ଏବଂ ସେଗୁଡ଼ିକ ମଧ୍ୟରୁ ତିନିଟିରେ ଚାର୍ଜସିଟ୍‌ ଦାଖଲ ହୋଇସାରିଛି। ସେ ଏହି ମାମଲାରେ ଏକ ସ୍ଥିତି ରିପୋର୍ଟ ଦାଖଲ କରିପାରିବେ। ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାରଙ୍କ ଆଇନ୍‌ ପରାମର୍ଶଦାତାଙ୍କୁ ଏହାକୁ ଦାଖଲ କରିବାକୁ କହିଥିଲେ ଏବଂ ଏପ୍ରିଲ ୨୨ ତାରଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe