ସରକାରୀ ଚାକିରିରେ ଏସସି/ ଏସଟିଙ୍କ ପଦୋନ୍ନତି କ୍ଷେତ୍ରରେ ମାପଦଣ୍ଡ ରଖିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

Advertisment
ସରକାରୀ ଚାକିରିରେ ଏସସି/ ଏସଟିଙ୍କ ପଦୋନ୍ନତି କ୍ଷେତ୍ରରେ ମାପଦଣ୍ଡ ରଖିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କୌଣସି ମାପଦଣ୍ଡ ଦେବାକୁ ମନା କରିଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏସସି/ଏସଟିଙ୍କ ପ୍ରତିନିଧିତ୍ୱର ଅଭାବ ଉପରେ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟଗୁଡିକ ବାଧ୍ୟ। ଯୁକ୍ତି ଆଧାରରେ, ଆମେ ଏସଂକ୍ରାନ୍ତରେ ଦାଖଲ ଆବେଦନକୁ ଛଅଟି ଭାଗରେ ବିଭକ୍ତ କରିଛୁ। ପଦୋନ୍ନତି ପାଇଁ ଗୋଟିଏ ହେଉଛି ମାପଦଣ୍ଡ। ଏ ସଂକ୍ରାନ୍ତରେ ଆମେ କୌଣସି ମାପଦଣ୍ଡ ରଖିପାରିବୁ ନାହିଁ। ଏଥିସହ, ଜଷ୍ଟିସ୍‌ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ୍‌ ବି ଆର ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆବଶ୍ୟକତାର ପୂରଣ ପାଇଁ ତଥ୍ୟ ସଂଗ୍ରହ ପାଇଁ ଆମେ ରାଜ୍ୟମାନଙ୍କୁ କହିଛୁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏସସି/ଏସଟିର ପ୍ରତିନିଧିତ୍ୱର ଅଭାବ ସମ୍ବନ୍ଧୀୟ ସୂଚନା ସଂଗ୍ରହ ସମଗ୍ର ସେବା କିମ୍ବା ଶ୍ରେଣୀ ସହିତ ସନ୍ଦର୍ଭରେ ହୋଇପାରିବ ନାହିଁ। କିନ୍ତୁ ଏହା ଗ୍ରେଡ୍‌/ବର୍ଗର ପଦବୀ ସହିତ ଜଡିତ ହେବା ଉଚିତ ଯାହାକୁ ପଦୋନ୍ନତି କାଳରେ ଖୋଜାଯାଏ ବୋଲି ଖଣ୍ଡପୀଠ କହିଛନ୍ତି। କ୍ୟାଡର, ଯାହା ପ୍ରୋତ୍ସାହନ ବା ପଦୋନ୍ନତି ମୂଳକ ପଦବୀ ସମ୍ବନ୍ଧରେ ପରିଗଣିତ ହେବା ଉଚିତ୍‌, ତାହା ଏସସି/ଏସଟିର ପ୍ରତିନିଧିତ୍ୱ ସନ୍ଦର୍ଭରେ ଅର୍ଥହୀନ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe