ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରିକଲେ ସୁପ୍ରିମ କୋର୍ଟ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରିକଲେ ସୁପ୍ରିମ କୋର୍ଟ

TheQuint

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି। ଏକ ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ରାଓ୍ଵତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ କୋର୍ଟ ଆଜି (ଗୁରୁବାର) ସ୍ଥଗିତାଦେଶ ଜାରି କରିଛନ୍ତି।

ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରିକରି ସୁପ୍ରିମ କୋର୍ଟ କହିଛନ୍ତି ଯେ ଏପରି ନିର୍ଦ୍ଦେଶ ପାଇଁ ଆବେଦନକାରୀଙ୍କ ପକ୍ଷରୁ କୌଣସି ପ୍ରାର୍ଥନା କରାଯାଇ ନଥିବା ବେଳେ ହାଇକୋର୍ଟଙ୍କ ଏପରି ଆଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟ ଧାରା ୨୨୬ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତାକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏକ ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ ସମାଚାର ପ୍ଲସ୍‌ର ମାଲିକ ଉମେଶ କୁମାର ଶର୍ମା ଗତ ୨୦୧୬ରେ ହୋଇଥିବା ୨୫ ଲକ୍ଷ ଟଙ୍କାର ଏକ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଛନ୍ଦି ଉତ୍ତରାଖଣ୍ଡ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କରି ମୁଖ୍ୟମନ୍ତ୍ରୀ ରାଓ୍ଵତଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ହାଇକୋର୍ଟ ଆଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe