ଆଜି ରାଫେଲ୍‌ ଓ ସବରିମାଳା ପୁନଃ ଆବେଦନ ରାୟ

Advertisment
ଆଜି ରାଫେଲ୍‌ ଓ ସବରିମାଳା ପୁନଃ ଆବେଦନ ରାୟ

ନୂଆଦିଲ୍ଲୀ : ଆସନ୍ତାକାଲି ସବରିମାଳା ଏବଂ ରାଫେଲ୍‌ ରିଭ୍ୟୁ ପିଟିସନ୍‌ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବ। ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ ଆର୍‌ ଏଫ୍‌ ନରିମାନ୍‌, ଏ ‌ଏମ୍‌ ଖାନ୍‌ୱିଲକର, ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦୁ ମଲହୋତ୍ରାଙ୍କ ସମ୍ବିଧାନ ପୀଠ ସବରିମାଳା ରାୟ ଶୁଣାଇବେ। ଅନ୍ୟପକ୍ଷେ ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍‌ ସଂଜୟ କିଶନ୍‌ କାଉଲ୍‌, କେ ଏମ୍‌ ଯୋଶେଫ୍‌ ରାଫେଲ୍‌ ରିଭ୍ୟୁ ପିଟିସନ୍‌ ଉପରେ ରାୟ ଶୁଣାଇବେ। ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ଐତିହାସିକ ରାୟ ଦେଇ କହିଥିଲେ ଯେ ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରୁ ଚ୍ୟା‌ଲେଂଜ କରାଯାଇଥିଲା ଏବଂ ରାୟର ପୁନଃ ସମୀକ୍ଷା ପାଇଁ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇଥିଲା। କୋର୍ଟ ଚଳିତବର୍ଷ ଫେବ୍ରୁଆରିରେ ରିଭ୍ୟୁ ପିଟିସନ୍‌ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆସନ୍ତାକାଲିର ରାୟ ବିଭିନ୍ନ ଦୃଷ୍ଟିରୁ ଅତୀବ ଗୁରୁତ୍ବପୂର୍ଣ୍ଣ। କୋର୍ଟ ପୂର୍ବ ରାୟକୁ କାଏମ ରଖିପାରନ୍ତି କିଂବା ଏହାକୁ ରଦ୍ଦ କରିଦେଇପାରନ୍ତି। ଅନ୍ୟପକ୍ଷେ ରାଫେଲ୍‌ ମାମଲାରେ ‌ହୋଇଥିବା ରିଭ୍ୟୁ ପିଟିସନ୍‌ ଉପରେ ଶୁଣାଣି କରି କୋର୍ଟ ଗତ ମେ’ ମାସରୁ ରାୟ ସଂରକ୍ଷିତ ରଖି‌ଥିଲେ। ଆସନ୍ତାକାଲି ଏହି ମାମଲାରେ ଚୂଡ଼ାନ୍ତ ରାୟ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ରାଫେଲ ଚୁକ୍ତିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ରାୟ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି।

publive-image

ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ସବରିମାଳା ମାମଲାରେ ଐତିହାସିକ ରାୟ ଶୁଣାଇ ସବୁ ବୟସର ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ବୋଲି କହିଥିଲେ। କିନ୍ତୁ ବିଭିନ୍ନ ମହଲରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଟିଡିବି (ତ୍ରାବଣ‌କୋର ଦେବସ୍ବମ ବୋର୍ଡ‌୍) ପକ୍ଷରୁ ସୁପ୍ରିମକୋର୍ଟଙ୍କ ରାୟକୁ ଜୋରଦାର ବିରୋଧ କରାଯାଇଥିଲା। କିନ୍ତୁ କେରଳ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରିଥିଲେ। ଯେଉଁ ଧାର୍ମିକ ଅଭ୍ୟାସ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ତାହା ସୁପ୍ରିମକୋର୍ଟ ବନ୍ଦ କରିପାରିବେ ବୋଲି ସରକାର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe