ଅପ୍ରେଲ ୪ରୁ ମାମଲାର ଶାରୀରିକ ଶୁଣାଣି ଆରମ୍ଭ କରିବେ ସୁପ୍ରିମ୍‌ କୋର୍ଟ

Advertisment
ଅପ୍ରେଲ ୪ରୁ ମାମଲାର ଶାରୀରିକ ଶୁଣାଣି ଆରମ୍ଭ କରିବେ ସୁପ୍ରିମ୍‌ କୋର୍ଟ

Image Courtesy: Tribune India

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମାନା ବୁଧବାର କହିଛନ୍ତି ଯେ ଆସନ୍ତା ଅପ୍ରେଲ ୪ ତାରିଖରୁ ସୁପ୍ରିମ କୋର୍ଟ ମାମଲାର ଶାରୀରିକ ଶୁଣାଣି ଆରମ୍ଭ କରିବେ। ‘ସୋମବାର ଠାରୁ ଆମେ ଶାରୀରିକ ରୂପେ ସମ୍ପୂର୍ଣ୍ଣ ଭାବରେ ଅଦାଲତକୁ ଖୋଲୁଛୁ। ତେବେ, ଯଦି ଓକିଲମାନେ ଚାହାନ୍ତି ତେବେ ସୋମବାର ଏବଂ ଶୁକ୍ରବାର, ଆମେ ଓକିଲମାନଙ୍କୁ ଭର୍ଚୁଆଲ୍‌ ଶୁଣାଣି ପାଇଁ ଅନୁମତି ପ୍ରଦାନ କରିବୁ’ ବୋଲି ପ୍ରଧାନ ବିଚାରପତି ରମନା କହିଛନ୍ତି।

ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ବିକାଶ ସିଂ ଏହି ନିଷ୍ପତ୍ତି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରମନରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ବାର୍‌ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ବର୍ତ୍ତମାନ ସୋମବାର ଏବଂ ଶୁକ୍ରବାର ଦିନ ଭର୍ଚୁଆଲ୍‌ ଶୁଣାଣି କରୁଥିବା ବେଳେ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଦିନ ଶାରିରୀକ ଶୁଣାଣି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୨ ତାରିଖରେ, ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓମିକ୍ରନ୍‌ ସଂକ୍ରମଣ ଜନିତ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଜାନୁଆରି ୩ ତାରିଖରୁ ଶାରିରୀକ ଶୁଣାଣିକୁ ଭର୍ଚୁଆଲ୍‌ ଶୁଣାଣିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଶୁଣାଣିର ହାଇବ୍ରିଡ୍‌ ମୋଡ୍‌କୁ ସ୍ଥଗିତ ରଖି ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣିକୁ ସମ୍ପୂର୍ଣ୍ଣ ଭର୍ଚୁଆଲ୍‌ ଫର୍ମକୁ ସ୍ଥାନାନ୍ତର କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe