୨୦୨୧-୨୨ ‘ନିଟ୍‌-ପିଜି’ ନାମଲେଖା ପାଇଁ ‘ଇଡବ୍ଲୁଏସ୍‌ କ୍ବୋଟା’ କାଏମ ରଖିଲେ ସୁପ୍ରିମ୍‌ କୋର୍ଟ

Advertisment
୨୦୨୧-୨୨ ‘ନିଟ୍‌-ପିଜି’ ନାମଲେଖା ପାଇଁ ‘ଇଡବ୍ଲୁଏସ୍‌ କ୍ବୋଟା’ କାଏମ ରଖିଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ୨୦୨୧-୨୨ ‘ନିଟ୍‌’ ସ୍ନାତକୋତ୍ତର ନାମ ଲେଖା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ‘ଆର୍ଥିକ ଦୁର୍ବଳ ବର୍ଗ’ (ଇଡବ୍ଲୁଏସ୍‌) ଏବଂ ‘ଅନ୍ୟାନ୍ୟ ପଛୁଆ ବର୍ଗ’ (ଓବିସି) ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଛନ୍ତି।

ଚଳିତ ବର୍ଷର ଡାକ୍ତରୀ ପ୍ରବେଶିକା ପାଠ୍ୟକ୍ରମରେ ନାମ ଲେଖା ପାଇଁ ହେଉଥିବା ‘ନିଟ୍‌-ପିଜି’ ପରୀକ୍ଷାର ‘ଅଲ୍‌-ଇଣ୍ଡିଆ ‌କ୍ବୋଟା (ଏଆଇକ୍ୟୁ) ସିଟ୍‌ରେ ‘ଓବିସି’ ପାଇଁ ୨୭% ଏବଂ ‘ଇଡବ୍ଲୁସି’ ପାଇଁ ୧୦% ସଂରକ୍ଷଣ ପାଇଁ ଅନୁମତି ଦେଇଛନ୍ତି।

ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଅଦାଲତଙ୍କ ଆଦେଶ ମୁତାବକ ‘ଇଡବ୍ଲୁଏସ୍‌’ର ମାନଦଣ୍ଡ ଲାଗୁ ହେବ। ଯୋଗ୍ୟତା ମାନଦଣ୍ଡ ଉପରେ  ଅଧିକ ବିବରଣୀ ଆବଶ୍ୟକ ହେଉଛି। ତେଣୁ, ‘ଇଡବ୍ଲୁଏସ୍‌’ ସଂରକ୍ଷଣର ମାନଦଣ୍ଡ ପ୍ରସ୍ତୁତି କରିବାକୁ କିଛି ସମୟ ଲାଗିବ।

publive-image Image Courtesy of The Wire

‘ଇଡବ୍ଲୁଏସ୍‌’ ଏବଂ ‘ଓବିସି’ ସଂରକ୍ଷଣର ବୈଧ୍ୟତା ଉପରେ ପୁଙ୍ଖାନୁପୁଙ୍ଖ ଶୁଣାଣି ପୁନଶ୍ଚ ମାର୍ଚ ମାସରେ କରାଯିବ।

ଶିକ୍ଷାବର୍ଷ ୨୦୨୧-୨୨ରୁ ‘ଇଡବ୍ଲୁଏସ୍‌’ ଏବଂ ‘ଓବିସି’ ସଂରକ୍ଷଣ ଲାଗୁ ହେବା ସଂକ୍ରାନ୍ତ ୨୦୨୧ ଜୁଲାଇ୨୯ ବିଜ୍ଞପ୍ତିକୁ ‘ନିଟ୍‌-ପିଜି’ ପ୍ରାର୍ଥୀମାନେ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଥିଲେ। ପର୍ଯ୍ୟବେକ୍ଷଣ ନ କରି ସରକାର ୮ଲକ୍ଷ ଟଙ୍କା ଆୟ ମାନଦଣ୍ଡ ଲାଗୁ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ‘ନିଟ୍‌-ପିଜି’ ନାମଲେଖା ପ୍ରକ୍ରିୟାରେ ବିଳମ୍ବ ହେବାରୁ ଗତ ଡିସେମ୍ବର ମାସରେ ଦେଶବ୍ୟାପୀ ଆବାସିକ ଡାକ୍ତରମାନେ ପ୍ରତିବାଦ ଚଳାଇଥିଲେ। ‘ଇଡବ୍ଲୁଏସ୍‌’ ବିପକ୍ଷରେ ପିଟିସନ୍‌ ଦାଏର ହେବା ପରେ ସୁପ୍ରିମ୍‌ କୋର୍ଟ ନାମଲେଖା ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ। ‘ଇଡବ୍ଲୁଏସ୍‌’ ଆୟ ସୀମା ୮ ଲକ୍ଷ ଟଙ୍କା ବୋଲି କିଭଳି ଧାର୍ଯ୍ୟ କରାଗଲା ବୋଲି ଅଦାଲତ ସରକାରଙ୍କୁ ପଚାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe