ପ୍ରେମିକାର ମାଆକୁ ଡରି ଆପାର୍ଟମେଣ୍ଟ୍‌ ଟେରେସ୍‌ରୁ ପଡ଼ି ୧୮ ବର୍ଷିୟ ତରୁଣ ମୃତ

Advertisment
ପ୍ରେମିକାର ମାଆକୁ ଡରି ଆପାର୍ଟମେଣ୍ଟ୍‌ ଟେରେସ୍‌ରୁ ପଡ଼ି ୧୮ ବର୍ଷିୟ ତରୁଣ ମୃତ

Image Courtesy of Times of India

ସାଲେମ୍‌: ପ୍ରେମିକାର ମାଆକୁ ଡରି ଶନିବାର ରାତିରେ ତାମିଲନାଡୁର ସାଲେମ ଅନ୍ତର୍ଗତ ଚିନ୍ନା କୋଲ୍ଲାପଟ୍ଟୀସ୍ଥିତ ଗୋଟାଏ ଆପାର୍ଟମଣ୍ଟେ୍‌ ଟେରେସ୍‌ରୁ ଡେଇଁ ପଡ଼ିଥିବା ଜଣେ ୧୮ ବର୍ଷିୟ ତରୁଣଙ୍କର ମୃତ୍ୟୁ ଘଟିଛି।

ପ୍ରେମିକାକୁ ଭେଟିବା ପାଇଁ ତରୁଣଟି ରାତି ଅଧରେ ଲୁଚି ଲୁଚି ଆପାର୍ଟମେଣ୍ଟ୍‌କୁ ଯାଇଥିଲା। କିନ୍ତୁ, ପ୍ରେମିକାର ମାଆ ହାତରେ ଧରାପଡ଼ିଯିବା ଆଶଙ୍କାରେ ୨ ମହଲା ଟେରେସ୍‌ରୁ ଡେଇଁ ପଡ଼ିବାରୁ ତା’ର ମୃତ୍ୟୁ ଘଟିଛି।

କନ୍ନାନକୁରିଚି ଥାନାର ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଧରମପୁରୀ ନଗରୀର କାମରାଜ ନଗରର ଏସ୍‌. ସଞ୍ଜୟ ନାମରେ ସେ ତରୁଣ ଥିଲେ ଚିନ୍ନା କୋଲ୍ଲାପଟ୍ଟୀସ୍ଥିତ ‘ସେଣ୍ଟ୍ରାଲ୍‌ ଲ’ କଲେଜ୍‌’ର ପ୍ରଥମ ବାର୍ଷିକ ଛାତ୍ର। ସେ ଅଞ୍ଚଳରେ ଗୋଟାଏ ଭଡ଼ା ଘରେ ସେ ତା’ର ସାଥୀମାନଙ୍କ ସହିତ ରହୁଥିଲା। ସ୍କୁଲ୍‌ରେ ପଢ଼ିବା ବେଳୁ କ୍ଲାସ୍‌ମେଟ୍‌ ଥିବା ସେ ଝିଅକୁ ସଞ୍ଜୟ ପ୍ରେମ କରୁଥିଲା। ଝିଅଟି ମଧ୍ୟ ତା’ର ମାଆ ଓ ଭଉଣୀଙ୍କ ସହିତ ସେ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ରହୁଥିଲା।

publive-image Image Courtesy of The Indian Express

ଶନିବାର ରାତି ପ୍ରାୟ ୧ଟା ବେଳେ ସଞ୍ଜୟ ଝିଅଟିକୁ ଭେଟିବା ପାଇଁ ୬ରୁ ୮ଟି ପରିବାର ବାସ କରୁଥିବା ଉକ୍ତ ଆପାର୍ଟମେଣ୍ଟ୍‌ କୋଠାକୁ ଯାଇଥିଲା। ସେ ଆପାର୍ଟମେଣ୍ଟ୍‌ ପାଚେରି ଚଢ଼ି ପାହଚ ବାଟେ ଟେରେସ୍‌ରେ ପହଞ୍ଚିଥିଲା। ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଥର ସେମାନେ ଭେଟାଭେଟି ହୋଇଥିଲେ। ସେ ଥର ସେମାନେ କଥାବାର୍ତ୍ତ ହେଉଥିବା ବ‌େଳେ ହଠାତ୍‌ ଝିଅର ମାଆ ଟେରେସ୍‌କୁ ଚାଲିଆସି ସଞ୍ଜୟକୁ ଦେଖି ପକାଇଥିଲେ। ଧରା ପଡ଼ିଯିବା ଆଶଙ୍କାରେ ସଞ୍ଜୟ ଟେରେସ୍‌ରୁ ଡେଇଁ ପଡ଼ିବାରୁ ସାଙ୍ଘାତିକ ଆହତ ହୋଇ ଘଟଣାସ୍ଥଳରେ ମରିଗଲା ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ସଞ୍ଜୟର ଶବକୁ ସାଲେମ୍‌ ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe